www.samajalive.in
Tuesday, December 9, 2025
15.1 C
Bhubaneswar

ଲକ୍ଷ୍ନୌ ସ୍ମାରକ ଦୁର୍ନୀତି: ୭ ସ୍ଥାନରେ ଇଡ଼ିର ଚଢାଇ

ଲକ୍ଷ୍ନୌ : ଲକ୍ଷ୍ନୌ ସ୍ମାରକ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଗୁରୁବାର ଉତ୍ତରପ୍ରଦେଶର ୭ଟି ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଛି। ସ୍ମାରକ ଦୁର୍ନୀତି ମାମଲାରେ ବେଆଇନ ଅର୍ଥ କାରବାରକୁ ନେଇ ଇଡ଼ି ପକ୍ଷରୁ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି। ଇଡ଼ି ପକ୍ଷରୁ ନିର୍ମାଣ ନିଗମର ତତ୍କାଳୀନ ଏମ୍‍ଡି ସିପି ସିଂହଙ୍କ ଆବାସ, ଫାର୍ମା ଏବଂ ନିର୍ମାଣ ଯନ୍ତ୍ରୀଙ୍କ ସମେତ କେତେକ ଅଧିକାରୀଙ୍କ ଠିକ୍‍ଣା ଉପରେ ଚଢାଉ କରାଯାଇ ଛାନଭିନ୍‍ କରାଯାଇଛି।
ପ୍ରକାଶଯୋଗ୍ୟ ଯେ ୨୦୦୭ରୁ ୨୦୧୧ ମଧ୍ୟରେ ଲକ୍ଷ୍ନୌ ଏବଂ ନୋଏଡ଼ାରେ ପାର୍କ ଏବଂ ସ୍ମାରକ ନିର୍ମାଣ କରାଯାଇଥିଲା। ଲୋକ ନିର୍ମାଣ ବିଭାଗ, ପିଏଲଡବ୍ଲ୍ୟୁ ବିଭାଗ ପାର୍କ ଏବଂ ସ୍ମାରକ ନିର୍ମାଣ କରାଇଥିଲେ। ଲୋକାୟୁକ୍ତର ତଦନ୍ତରୁ ଏଥିରେ ୧୪୧୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା ପଦାକୁ ଆସିଥିଲା। ସ୍ମାରକରେ ଲାଗିଥିବା ଗୋଲାପୀ ପଥର ମିର୍ଜାପୁରରୁ ଆସିଥିଲାବେଳେ କାଗଜରେ ପତର ରାଜସ୍ଥାନରୁ ଅଣାଯାଇଥିବା ଦର୍ଶାଯାଇଛି। ଭିଜିଲାନ୍ସ ଏନେଇ ୨୦୧୪ରେ ଗୋମତୀ ନଗର ଥାନାରେ ଅଭିଯୋଗ କରିଥିଲା। ପୁଲିସ୍‍ ପକ୍ଷରୁ ଆଇପିସି ଧାରା ୧୨୦ (ଖ) ଏବଂ ୪୦୯ ଅନୁସାରେ ମାମଲା ରୁଜୁ କରାଯାଇଥିଲା। ନସିମୁଦ୍ଦିନ ସିଦ୍ଦିକି ଏବଂ ବାବୁ ସିଂହ କୁଶୱାହାଙ୍କ ସମେତ ୧୯ ଜଣଙ୍କୁ ଏଥିରେ ଅଭିଯୁକ୍ତ ଦର୍ଶାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories