www.samajalive.in
Monday, December 15, 2025
24.1 C
Bhubaneswar

ଇସ୍ରାଏଲକୁ ମିଳିଲା ବନ୍ଧକଙ୍କ ତାଲିକା, ଗାଜାରେ ଲାଗୁ ହେଲା ଅସ୍ତ୍ରବିରତି

ତେଲ ଅଭିଭ୍: ବିଳମ୍ବ ହେଉ ପଛେ ଶେଷରେ ପାଲେଷ୍ଟାଇନର ଗାଜା ସହରରେ ଅସ୍ତ୍ରବିରତି ଲାଗୁ ହୋଇଛି। ମୁକ୍ତ ହେବାକୁ ଥିବା ପ୍ରଥମ ତିନି ଜଣ ଇସ୍ରାଏଲ୍ ବନ୍ଧକଙ୍କ ନାମ ତାଲିକା ଜାରି କରିିଛି ହମାସ୍‌। ଏହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ନିର୍ଦ୍ଦେଶରେ ଗାଜାରେ ଅସ୍ତ୍ରବିରତି ଲାଗୁ କରାଯାଇଛି। ସ୍ଥାନୀୟ ସମୟ ଅନୁସାରେ, ରବିବାର ଦିନ ୧୧ଟା ୧୫(ଭାରତୀୟ ସମୟ ଦିନ ୨.୪୫)ରେ ଗାଜାରେ ଅସ୍ତ୍ରବିରତି ଲାଗୁ ହୋଇଛି। ହମାସ୍‌ ବନ୍ଧକଙ୍କ ତାଲିକା ଦେବାରେ ବିଳମ୍ବ କରିବାକୁ ଧାର୍ଯ୍ୟ ସମୟଠାରୁ ପ୍ରାୟ ତିନି ଘଣ୍ଟା ବିଳମ୍ବରେ ଅସ୍ତ୍ରବିରତି ଲାଗୁ ହୋଇଛି। ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ପୋଷ୍ଟ ଜରିଆରେ ଏନେଇ ସୂଚନା ଦିଆଯାଇଛି।

ଇସ୍ରାଏଲ ଓ ହମାସ ମଧ୍ୟରେ ୧ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧକୁ ରୋକିବାର ଉପାୟ ଖୋଜିବା ପାଇଁ ଅସ୍ତ୍ରବିରତି ଚୁକ୍ତି ହୋଇଛି। ଏହାକୁ ପର୍ଯ୍ୟାୟ ଅନୁଯାୟୀ କାର୍ଯ୍ୟକାରୀ କରାଯିବ। ଚୁକ୍ତିନାମା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୪୨ ଦିନର ଅସ୍ତ୍ରବିରତି ହେବ ଏବଂ ଏହି ସମୟ ମଧ୍ୟରେ ବନ୍ଧକମାନଙ୍କୁ ମୁକ୍ତ କରାଯିବ। ଏବେ ୩୩ରୁ ଅଧିକ ଇସ୍ରାଏଲ୍ ନାଗରିକ ହମାସ କବ୍‌ଜାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ରବିବାର ୩ ଜଣ ବନ୍ଧକଙ୍କୁ ମୁକ୍ତ କରାଯିବ, ଯେଉଁମାନଙ୍କ ନାମ ହାମାସ ଇସ୍ରାଏଲକୁ ହସ୍ତାନ୍ତର କରାଯାଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories