ନଜର ଆସିଲା ନୂଆ ରୋନିନ୍, ଏମିତି ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ : ଟିଭିଏସ୍ ନୂଆଦିଲ୍ଲୀରେ ଚାଲୁଥିବା ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ରେ ଅପଡେଟେଡ୍ ରୋନିନକୁ ଅନଭିଲ୍ କରିଦେଇଛି । ଅପଡେଟେଡ୍ ରୋନିନ୍ ଆଗାମୀ କିଛି ମାସରେ ଲଞ୍ଚ୍ ହେବ । କହିରଖୁଛୁ ୨୦୨୫ ରୋନିନକୁ ମାର୍କେଟରୁ ମିଳିଥିବା ପ୍ରତିକ୍ରିୟା ଆଧାରରେ ଅପଡେଟ୍ କରାଯାଇଛି ।

ଟିଭିଏସ୍ ରୋନିନକୁ ଏକ କ୍ରୁଜର ରୂପେ ଆଣିଥିଲା କମ୍ପାନୀ । କିନ୍ତୁ ନୂଆ ଅପଡେଟ୍ ସହ ଏହାକୁ ସହରୀ ଷ୍ଟ୍ରିଟ୍ ବାଇକ୍ ରୂପେ ଲଞ୍ଚ୍ କରାଯିବ । ବାଇକର ପଛଭାଗରେ ଅଧିକ ପରିବର୍ତ୍ତନ କରାଯାଇଛି । ଏହା ସହ ଏକ ନୂଆ ହେଡଲ୍ୟାମ୍ପ ୟୁନିଟ୍ ମଧ୍ୟ ଦେଇଛି କମ୍ପାନୀ । ବାଇକରେ ୨୨୫ ସିସିର ଏୟାର ଆଣ୍ଡ୍ ଅଏଲ୍ କୁଲ୍ଡ ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ୍ ଦିଆଯାଇଛି ଯାହା ୨୦.୧ ବିଏଚପିର ସର୍ବାଧିକ ପାଓ୍ବର ଓ ୧୯.୯୩ ଏନଏମର ପିକ୍ ଟର୍କ ଜେନେରେଟ୍ କରିବାରେ ସକ୍ଷମ ହେବ । ବାଇକର ଇଞ୍ଜିନକୁ ୫ ସ୍ପିଡ୍ ଗିୟରବକ୍ସ ସହିତ ଯୋଡାଯାଇଛି ।

Comments are closed.