www.samajalive.in
Monday, December 15, 2025
24.1 C
Bhubaneswar

ଆୟୁଷ୍ମାନ ଭାରତ: ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଇନଫ୍ରାଷ୍ଟ୍ରକଚର ମିଶନ (ପିଏମ୍-ଏବିଏଚଆଇଏମ୍) ଯୋଜନା କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକୁ ଚାଲେଞ୍ଜ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ବିଚାରପତି ବି.ଆର ଗଭାଇ ଓ ଏ.ଜି ମସିହଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଶୁଣାଣି କରି ଶୁକ୍ରବାର ରହିତାଦେଶ ଜାରି କରିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଠାରୁ ଜବାବ ଲୋଡିଛନ୍ତି। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପ୍ରତିନିଧିତ୍ବ କରିଥିଲେ। ସିଙ୍ଘଭୀ ପ୍ରଶ୍ନ କରିଥିଲେ ଯେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବାକୁ ବାଧ୍ୟ କରିବା ଲାଗି କ୍ଷମତାପ୍ରାପ୍ତ ନୁହନ୍ତି। ଯୋଜନା କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ମୋଟ ପୁଞ୍ଜିନିବେଶର ୬୦ଧ ବହନ କରିବେ ଓ ରାଜ୍ୟ ସରକାର ୪୦ଧ ବହନ କରିବେ। ମାତ୍ର ଯୋଜନାକୁ କାର‌୍ୟ୍ୟକାରୀ କରିବା ଲାଗି ଯେଉଁ ଅର୍ଥ ଖର୍ଚ୍ଚ ହେବ ତାକୁ କେନ୍ଦ୍ର ବହନ କରିବ ନାହିଁ। ଏହାଦ୍ବାର ରାଜ୍ୟ ଉପରେ ଆର୍ଥିକ ବୋଝ ବୃଦ୍ଧି ପାଇବ। ଗତବର୍ଷ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟରେ ଦିଲ୍ଲୀର ଆପ୍ ସରକାରକୁ ପିଏମ୍-ଏବିଏଚଆଇଏମ୍ ଯୋଜନା କାର‌୍ୟ୍ୟକାରୀ କରିବାକୁ ନିର୍ଦେଶ ଦେଇଥିଲେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ସହ ଆବଶ୍ୟକ ବୁଝାମଣା (ଏମଓୟୁ) ସ୍ବାକ୍ଷର କରିବାକୁ ହାଇକୋର୍ଟ କହିଥିଲେ। ଏପରିକି ୨୦୨୫ ଜାନୁଆରୀ ୫ରେ କେନ୍ଦ୍ର ସରକାରଙ୍କ ସହିତ ଏମଓୟୁ ସ୍ବାକ୍ଷର କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories