www.samajalive.in
Monday, December 15, 2025
24.1 C
Bhubaneswar

ବିଓବି ପକ୍ଷରୁ ପ୍ରବାସୀ ଭାରତୀୟ ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ଭୁବନେଶ୍ୱର ଓ କଟକ କ୍ଷେତ୍ର ପକ୍ଷରୁ ଏକ ପ୍ରବାସୀ ଭାରତୀୟ ଗ୍ରାହକ ସମ୍ମିଳନୀ ଆୟୋଜିତ ହୋଇଯାଇଛି।  ବ୍ୟାଙ୍କର ମହାପ୍ରବନ୍ଧକ ତଥା ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସ୍ୱପ୍ନା ବନ୍ଦୋପାଧ୍ୟାୟ ପ୍ରତିଷ୍ଠାତା ସୱାଜିରାଓ ଗାଏକୱାଡ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଉପ-ମହାପ୍ରବନ୍ଧକ ଏସ୍‌ .ପି ନାୟକ (ବିଜନେସ ଡେଭଲପମେଣ୍ଟ) ଏବଂ ଉପ-ମହାପ୍ରବନ୍ଧକ ଏ.ପି. ଦାସ (କଂପ୍ଲାଏନ୍ସ ଆଣ୍ଡ୍‌ ଆସ୍ୟୁରାନ୍ସ)ଙ୍କ ସମେତ ଅଞ୍ଚଳ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଉପ ମହାପ୍ରବନ୍ଧକ ତଥା ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଭିଏମ୍‌ଏନ୍‌ଏସ୍‌ ସାଇବାବୁ ଏବଂ ସହାୟକ ମହାପ୍ରବନ୍ଧକ ତଥା କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ରଞ୍ଜିତ କୁମାର ଏଥିରେ ଯୋଗଦାନ କରିଥିଲେ। ବିଶ୍ୱର ବିଭନ୍ନ ସ୍ଥାନରୁ ଅସିଥିବା ପ୍ରବାସୀ ଭାରତୀୟମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବ୍ୟାଙ୍କର ଅଭିବୃଦ୍ଧିରେ ପ୍ରବାସୀ ଭାରତୀୟ ଗ୍ରାହକଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ବ୍ୟାଙ୍କ ଅଫ୍‌ ବରୋଦାର ନୂତନ ଭାବେ ଆରମ୍ଭ ହୋଇଥିବା ଏନ୍‌ଆର୍‌ଆଇ ମାଷ୍ଟରଷ୍ଟ୍ରୋକ୍‌ ଆକାଉଣ୍ଟ ଏବଂ ଟ୍ୟୁଲିପ ପ୍ରଡକ୍ଟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ପ୍ରବାସୀ ଭାରତୀୟ ଗ୍ରାହକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଶେଷର ପ୍ରବାସୀ ଭାରତୀୟ ଗ୍ରାହକମାନଙ୍କୁ ସମ୍ବର୍ନ୍ଧିତ କରାଯାଇ କାର୍ଯ୍ୟକ୍ରମ ପରିସମାପ୍ତି ହୋଇଥିଲା।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories