www.samajalive.in
Sunday, December 7, 2025
26.1 C
Bhubaneswar

ଶ୍ରୀନଅରରେ ହେଲା ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ

ପୁରୀ : ବୁଧବାର ଶ୍ରୀନଅରରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଅନୁଷ୍ଠିତ ହୋଇଛି। ରାଜପୋଷାକରେ ରାଜ ସିଂହାସନ ଆରୋହଣ କରିଛନ୍ତି ଗଜପତି ମହାରାଜ। ପରମ୍ପରା ଅନୁଯାୟୀ, ପଇତାଲାଗି, ଦେବାର୍ଚ୍ଚନ, ମଙ୍ଗଳାର୍ପଣ ଏବଂ ଇଷ୍ଟଦେବୀଙ୍କୁ ପୂଜା ପରେ ପୁଷ୍ୟାଭିଷେକ ନୀତି ହୋଇଥିଲା। ବିଜେ କାହାଳୀ ସମେତ ତେଲିଙ୍ଗି ବାଜା ବାଜିଥିଲା। ରାଜଗୁରୁ ତଥା ରାଜ ପୁରୋହିତ ସହଯୋଗ କରିଥିଲେ। ରାଜଗୁରୁଙ୍କ ଧର୍ମପତ୍ନୀ ବନ୍ଦାପନା କରିଥିଲେ। ରାମାଭିଷେକ ପଟ୍ଟି ପୂଜା କରାଯାଇଥିଲା। ଷୋଳ ଶାସନ ବ୍ରାହ୍ମଣମାନେ ଗଜପତିଙ୍କ ଶ୍ରୀ ମସ୍ତକରେ ଅଭିମନ୍ତ୍ରିତ ଚାଉଳ ପକାଇ ଆଶୀର୍ବାଦ କରିଥିଲେ। ବୈଦିକ ମନ୍ତ୍ରରେ ପ୍ରକମ୍ପିତ ହୋଇଥିଲା ରାଜ ନଅର। ପୌଷ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ସୋମବାର ରାଜାଧିରାଜ ବେଶ କରାଯାଇଥିଲା। ମହାପ୍ରଭୁଙ୍କୁ ଅଭିଷେକ କରାଯିବା ସହ ଜଳଲାଗି କରାଯାଇଥିଲା। ଏହି ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ରାଜାଭିଷେକ ହୋଇଥିବା ଉଲ୍ଲେଖ ରହିଛି। ତେଣୁ ପୁଷ୍ୟା ନକ୍ଷତ୍ର ତିଥିରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories