www.samajalive.in
Monday, December 15, 2025
24.1 C
Bhubaneswar

ହୋଣ୍ଡା ଆଣିଲା ୨ ନୂଆ ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଏଣ୍ଡ୍ ସ୍କୁଟର ଇଣ୍ଡିଆ ପୁଣି ଥରେ ଭାରତୀୟ ବଜାରରେ ନିଜ ନୂଆ ସ୍ପୋର୍ଟ ବାଇକ୍ ସିବିଆର୍୬୫୦ଆର୍ ଓ ସିବି୬୫୦ଆର୍ ଲଞ୍ଚ୍ କରିଦେଇଛି । ଦିନକ ପୂର୍ବରୁ କମ୍ପାନୀ ଏହାର ଏକ ଟିଜର ମଧ୍ୟ ଜାରି କରିଥିଲା । କମ୍ପାନୀ ସିବି୬୫୦ଆରର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ୯.୨୦ ଲକ୍ଷ ଟଙ୍କା ରଖିଥିବାବେଳେ ସିବିଆର୍ ୬୫୦ଆରର ଦାମ୍ ୯.୯୯ ଲକ୍ଷ ଟଙ୍କା ନିର୍ଦ୍ଧାରିତ ହୋଇଛି । ଉଭୟ ବାଇକରେ ୬୪୯ ସିସିର ଇଞ୍ଜିନ ମିଳିବ । ଏହି ଇଞ୍ଜିନ ୯୫ ଏଚପିର ପାଓ୍ବର ଏବଂ ୬୩ ଏନଏମର ଟର୍କ ଉତ୍ପନ କରିବ ।

କମ୍ପାନୀ ନୂଆ ମଡେଲରେ ଏହି ମୋଟରସାଇକେଲର ପାଓ୍ବରକୁ ସାମାନ୍ୟ କମ୍ କରିଛି ଯାହା ଫଳରେ ଗ୍ରାହକଙ୍କୁ ଉତ୍ତମ ମାଇଲେଜ୍ ମିଳିପାରିବ । ଏହି ୨ ମୋଟରସାଇକେଲରେ ୫ ଇଞ୍ଚର ଟିଏଫଟି ଡିସପ୍ଲେ ମିଳିବ । ଏହି ଡିସପ୍ଲେ ବ୍ଲୁଟୁଥ୍ କନେକ୍ଟିଭିଟି ସହ ଆସିବ ଯାହା କମ୍ପାନୀର ରୋଡସିଙ୍ଗ୍ ଆପ୍ ସାହାଯ୍ୟରେ କନେକ୍ଟ ହେବ । ଥରେ ଏହା କନେକ୍ଟ ହୋଇଗଲେ ଫୋନ୍ କଲ୍, ମେସେଜ୍ ଆଦି ଜରୁରି ତଥ୍ୟର ଡିଟେଲ୍ସ ମିଳିବ । କମ୍ପାନୀ ଏହି ମୋଟରସାଇକେଲକୁ ୨ଟି ରଙ୍ଗର ବିକଳ୍ପ ସହିତ ଆଣିଛି । ପ୍ରଥମଟି ହୋଣ୍ଡ୍ ରେଡ୍ ଏବଂ ଅନ୍ୟଟି ମ୍ୟୁଟେଡ୍ ମ୍ୟାଟ୍ ବ୍ଲାକ୍ ସାମିଲ ।

- Advertisement -

ଭାରତରେ ସିବି୬୫୦ଆରର ସିଧା ମୁକାବିଲା ଟ୍ରାଏମ୍ଫ ଟ୍ରାଇଡେଣ୍ଟ ୬୬୦ ସହ ହେବ ଯାହା ଏକ୍ସ ଶୋରୁମ୍ ଦାମ୍ ୮.୧୦ ଲକ୍ଷ ଟଙ୍କା । ଅନ୍ୟପଟେ ଏହି ବାଇକ୍ କାଓ୍ବାସାକି ଜେଡ୯୦୦କୁ ମଧ୍ୟ ଟକ୍କର ହେବ ଯାହାର ଏକ୍ସ ଶୋରୁମ୍ ଦାମ୍ ୯.୩୮ ଲକ୍ଷ ଟଙ୍କା । ହୋଣ୍ଡା କହିଛି କି ଗ୍ରାହକ ଏନଏକ୍ସ ୫୦୦ର ପ୍ରି-ବୁକିଂ କରିସାରିଛନ୍ତି, ସମସ୍ତଙ୍କୁ ଚଳିତ ମାସରୁ ଡେଲିଭରୀ ମିଳିବା ଆରମ୍ଭ ହୋଇଯିବ ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories