www.samajalive.in
Monday, December 15, 2025
16.1 C
Bhubaneswar

“ସମସ୍ତ କାର୍ଯ୍ୟ ସାମାଜିକ, ଆଇନ ଗତ ଏବଂ ପରିବେଶ ସମ୍ବନ୍ଧୀୟ ଉତ୍ତରଦାୟିତ୍ବ ସହ ମେଳ ଖାଇବା ଆବଶ୍ୟକ”

ଭୁବନେଶ୍ବର:ଆଧ୍ୟାତ୍ମିକ ଚିନ୍ତକ ତଥା ଲେଖକ ଡକ୍ଟର ଚନ୍ଦ୍ରଭାନୁ ଶତପଥି ନାଲକୋ ପ୍ରତିଷ୍ଠା ଦିବସ ଅଭିଭାଷଣ ଶୃଙ୍ଖଳାର ୨୨ତମ ସଂସ୍କରଣରେ “ନୈତିକ କର୍ପୋରେଟ ମ୍ୟାନେଜମେଣ୍ଟ” ବିଷୟ ଆଧାରିତ ଅଭିଭାଷଣ ପ୍ରଦାନ କରିଛନ୍ତି। ନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ଡକ୍ଟର ଶତପଥି ନିଜ ଅଭିଭାଷଣରେ ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନରୁ ଅନୈତିକ ଅଭ୍ୟାସକୁ ସମ୍ପୂର୍ଣ୍ଣ ବିଲୋପ ଉପରେ ଗୁରୁତ୍ତ୍ୱାରୋପ କରିବା ସହ ଅଖଣ୍ଡତା, ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତା ଭଳି ନୈତିକ ଅଭ୍ୟାସ ଏକ ଦିର୍ଘସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ଗଠନର ମୂଳଦୁଆ ବୋଲି ମତ ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ “ସମସ୍ତ କାର୍ଯ୍ୟ ସାମାଜିକ, ଆଇନ ଗତ ଏବଂ ପରିବେଶ ସମ୍ବନ୍ଧୀୟ ଉତ୍ତରଦାୟିତ୍ବ ସହ ମେଳ ଖାଇବା ଆବଶ୍ୟକ”। ସାମାଜିକ ବିକାଶ ତଥା କଲ୍ୟାଣରେ ନାଲକୋର ଭୂମିକାକୁ ପ୍ରଶଂସା କରିବା ସହ କମ୍ପାନୀର ବ୍ୟବସାୟିକ ଉପଲବ୍ଧିକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ନିର୍ଦ୍ଦେଶକ(ବିତ୍ତ) ରମେଶ ଚନ୍ଦ୍ର ଯୋଶୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ନିର୍ଦ୍ଦେଶକ(ମାନବ ସମ୍ବଳ) ଡ. ତାପସ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ଶିଷ୍ୟମାନେ ଏକ ଶାସ୍ତ୍ରୀୟ ତଥା ଭକ୍ତି ଆଧାରିତ ବଂଶୀ ବାଦନ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।କର୍ମଚାରୀଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ, ସରକାରୀ କର୍ମଚାରୀ ଏବଂ ଶିକ୍ଷା ଅନୁଷ୍ଠାନମାନଙ୍କର ପ୍ରତିନିଧୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟପାଳକ ନିର୍ଦ୍ଦେଶକ (ମାନବ ସମ୍ବଳ ଓ ପ୍ରଶାସନ) ଆଶୁତୋଷ ରଥ, ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

- Advertisement -

ଉଲ୍ଲେଖ ଯୋଗ୍ୟ ଯେ, ନାଲକୋ ଦ୍ବାରା ୨୦୦୨ ପରଠାରୁ ଏହି ଅଭିଭାଷଣ ଶୃଙ୍ଖଳାର ଆୟୋଜନ କରାଯାଉଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories