www.samajalive.in
Monday, December 15, 2025
17.1 C
Bhubaneswar

ଶ୍ରଦ୍ଧାଞ୍ଜଳିଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ଅନୁବାଦ ସାହିତ୍ୟ ପୁରସ୍କାର

ନୂଆଦିଲ୍ଲୀ : ଅନୁବାଦ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଆ ସାହିତ୍ୟିକା ଶ୍ରଦ୍ଧାଞ୍ଜଳି କାନୁନଗୋଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ୨୦୧୮ ପାଇଁ ମନୋନୀତ କରାଯାଇଛି। ଓଡ଼ିଆ ଭାଷାରେ ଅନୁବାଦିତ ପୁସ୍ତକ ‘ଶ୍ରୀମୟୀ ମା’ ପାଇଁ ଶ୍ରଦ୍ଧାଞ୍ଜଳି କାନୁନଗୋ କେନ୍ଦ୍ର ସାହିତ୍ୟ ଅକାଦେମୀ ଅନୁବାଦ ସାହିତ୍ୟ ପୁରସ୍କାର ପାଇବେ। ମୂଳ ରଚୟିତା ନବ କୁମାର ବସୁଙ୍କ ବଙ୍ଗଳା ଭାଷାରେ ରଚନା ଶ୍ରୀମୟୀ ମା’କୁ ଶ୍ରଦ୍ଧାଞ୍ଜଳି ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି। ଚଳିତ ବର୍ଷ ସମୁଦାୟ ୨୪ଟି ଭାରତୀୟ ଭାଷାରେ ଅନୁବାଦ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବର୍ଷ ଶେଷ ଆଡ଼କୁ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ଆକାରରେ ପଚାଶ ହଜାର ଟଙ୍କା ଏବଂ ଏକ ତାମ୍ର ଫଳକ ଦିଆଯାଇ କୃତୀ ସାହିତ୍ୟିକଙ୍କୁ ସମ୍ମାନୀତ କରାଯିବ ବୋଲି ଅକାଦେମୀର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରଶେଖର କାମ୍ବର ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। କେନ୍ଦ୍ର ସାହିତ୍ୟ ଅକାଦେମୀ ଓଡ଼ିଆ ଭାଷା ଅନୁବାଦ ପୁରସ୍କାର ଚୟନ କମିଟି ସଦସ୍ୟ ଭାବେ ଶ୍ରୀମତୀ ଗାୟତ୍ରୀ ସରାଫ, ପ୍ରଫେସର କାଳିଦାସ ମିଶ୍ର ଓ ଡକ୍ଟର ସଂଗ୍ରାମ ଜେନା ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories