www.samajalive.in
Sunday, December 7, 2025
16.1 C
Bhubaneswar

ବଣ୍ଡା ଜନଜାତିଙ୍କ ନିଆରା ପରମ୍ପରା ; ଝାଟି ପର୍ବ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ୧୬ରୁ ଅଧିକ ଆଦିମ ଜନଜାତି ବାସ କରୁଥିବା ବେଳେ ଭିନ୍ନ ଭିନ୍ନ ସମ୍ପ୍ରଦାୟରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ବିଭିନ୍ନ ପର୍ବପର୍ବାଣିରେ ଏପରି ନିଆରା ସଂସ୍କୁତି ଓ ନିଆରା ପର୍ବ ପାଳନ କରୁଥିବା ବେଳେ ବଣ୍ଡା ଜନଜାତିଙ୍କ ଝାଟି ପର୍ବରେ ନିଜ ନିଜ ମଧ୍ୟରୁ ରାଗ ରୋଷ ଦୂର କରିବା ପାଇଁ ଏହି ନିଆରା ପର୍ବ ପାଳନ କରାଯାଏ।
ଖଇରପୁଟ ବ୍ଲକର ଅଣ୍ଡାହଲ, ମୁଦୁଲିପଡା ପଂଚାୟତରେ ୩୨ ଟି ଗ୍ରାମରେ ୮ ହଜାରରୁ ଅଧିକ ଜନଜାତି ବସବାସ କରନ୍ତି। ଏମାନଙ୍କ ବେଶ ପୋଷାକରେ ମଧ୍ୟ ସ୍ୱତନ୍ତ୍ରତା ରହିଛି। ସୀତାଦେବୀଙ୍କ ଅଭିଶାପ ଫଳରେ ଏମାନେ ବସ୍ତ୍ର ପରିଧାନ କରିବା ବଦଳରେ ମାଳି ପରିଧାନ କରନ୍ତି। ସେହିଭଳି ଏମାନଙ୍କ ସଂସ୍ଖୁତି ଓ ପରମ୍ପରା ମଧ୍ୟ ଅତ୍ୟନ୍ତ ନିଆରା। ପରସ୍କରକୁ ଆଘାତ ଦେଇ ଏଭଳି ପରମ୍ପରା ଦେଖିବାକୁ ମିଳେ ଏହି ଝାଟି ପର୍ବରେ। ସମ୍ପ୍ରଦାୟର ଅନନ୍ୟ ପରମ୍ପରାର ନିର୍ଦ୍ଦେଶନରେ ଝାଟି ପର୍ବ ପାଳନ ପାଇଁ ସଲପ ଗଛ ଡାଳରେ ଚାବୁକ୍‍ ସଦୃସ ଝାଟି ତିଆରି କରିବା ପରେ ଗାାଁ ଦାଣ୍ଡରେ ଚାଲେ ରକ୍ତାକ୍ତ ସଂର୍ଘଷର ଆସର , ପରସ୍ପରକୁ ମାଡ ମାରି ରକ୍ତାକ୍ତ କରିବା ପରେ ପରସ୍ପରକୁ ଆଲିଙ୍ଗିନ କରି ପୂର୍ବ ଶତ୍ରୃତାକୁ ଦୂରକରିଥାନ୍ତି ଏହି ବଣ୍ଡା ଆଦିବାସୀ। ଆଉ ଏହି ପର୍ବରେ ବେସ୍‍ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବଣ୍ଡା ମହିଳା। ଏହି ପର୍ବ ପାଇଁ ଗ୍ରାମର ପୁରୁଷ ମାନଙ୍କୁ ପ୍ରସ୍ତୁତ କରିଥାନ୍ତି ମହିଳା ମାନେ। ସେହିପରି ଲଢେଇ ଜୋର ଧରିବା ସମୟରେ ମହିଳା ମାନେ ୨ ପୁରୁଷଙ୍କ ମଧ୍ୟରେ ପ୍ରତିବନ୍ଧକ ସାଜି ଆଘାତ ସ୍ଥାନରେ ତୁରନ୍ତ ହଳଦି ଓ ଅନ୍ୟ ଗଛର ପତ୍ର ଲେପ ଲଗାଇ ଭାଇ ଚାରାର ବାର୍ତ୍ତା ଦିଅନ୍ତି। ମୁଖ୍ୟତ ଏହି ପୂଜା ଝାଟିମରା କାର୍ଯ୍ୟକ୍ରମ ଆଗରୁ ଗାାଁର ମୁଖ୍ୟ ପୂଜକଙ୍କ ଘରେ ବର୍ଷର ନୂତନ ଅନ୍ନ, ଶିମ୍ବ, ବୋଇତାଳୁ, କଖାରୁ ଓ ଅନାନ୍ୟ ଫଳକୁ ସ୍ୱତନ୍ତ୍ର ପୂଜା କରିବା ପରେ ମୁଖ୍ୟ ପୂଜାରୀ ଦ୍ୱାରା ପ୍ରସ୍ତୁତ ଏହି ପ୍ରସାଦକୁ ଗ୍ରାମ ବାସୀ ମିଳିତ ଭାବରେ ଖାଆନ୍ତି। ତେବେ ଏହି ଝାଟି ପର୍ବର ସ୍ୱତନ୍ତ୍ରତା ରହିଛି। ଆହୁରି ମଧ୍ୟ ବଣ୍ଡା ଜନଜାତିଙ୍କ ପାଟ ଖଣ୍ଡା ଯାତ୍ରାରେ ଖଣ୍ଡା ପୂଜା , ଆମ୍ବ ପର୍ବ ଭଳି ଅନ୍ୟ ପର୍ବ ପର୍ବାଣିରେ ମଧ୍ୟ ସ୍ୱତନ୍ତ୍ରତା ରହିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories