www.samajalive.in
Monday, December 8, 2025
27.1 C
Bhubaneswar

ଏମ୍‍ଏସ୍‍ଏମ୍‍ଇ କରିଛନ୍ତି ୧୭,୮୬୩ କୋଟିର ପୁଞ୍ଜିନିବେଶ : ଶଶିଭୂଷଣ

ଭୁବନେଶ୍ୱର : ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‍ଏସ୍‍ଏମ୍‍ଇ )ର ବିକାଶ ଓ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଦେଶରେ ୬ କୋଟି ଏମ୍‍ଏସ୍‍ଏମ୍‌ଇ ରହିଥିବାବେଳେ ସମ୍ପ୍ରତି ରାଜ୍ୟରେ ୩,୬୭,୦୦୦ରୁ ଅଧିକ ଏମ୍‍ଏସ୍‍ଏମ୍‍ଇ ରହିଛି। ଏହି ସଂଖ୍ୟାରେ ବୃଦ୍ଧି ଘଟାଇବାକୁ ହେବ। ଏହି ଏମ୍‍ଏସ୍‍ଏମ୍‍ଇଗୁଡିକ ଜରିଆରେ ରାଜ୍ୟରେ ୧୭,୮୬୩ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ଏଥିରେ ୧୪ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିଛି। ୨୦୧୫ ଏପ୍ରିଲଠାରୁ ବର୍ତ୍ତମାନ ସୁଦ୍ଧା ଜିଲା ସ୍ତରୀୟ ଏକକ ବାତାୟନ କମିଟି ଦ୍ୱାରା ୨୭୬୫ କୋଟି ଟଙ୍କାର ୭୨୪ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଥିବା ଓଡ଼ିଶା ଏମ୍‍ଏସ୍‍ଏମ୍‍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୧୯କୁ ଉଦ୍‍ଘାଟନ କରି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି।
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଏମ୍‍ଏସ୍‍ଏମ୍‍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମନ୍ତ୍ରୀ ପ୍ରଫୁଲ ସାମଲ କହିଲେ, କୃଷି ପରେ ଓଡ଼ିଶା ଏମ୍‍ଏସ୍‍ଏମ୍‍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆବଶ୍ୟକତା ବେଶ ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷେତ୍ରକୁ ଯେଭଳି ଗୁରୁତ୍ୱ ଦିଆଯିବା କଥା ସେଭଳି ଗୁରୁତ୍ୱ ଦିଆଯାଉନାହିଁ। କେନ୍ଦ୍ର ସରକାର ରୁଗ୍‍ଣ ହୋଇପଡିଥିବା ଓଡ଼ିଶା ଏମ୍‍ଏସ୍‍ଏମ୍‍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୟୁନିଟ୍‍ର ପୁନଃରୁଦ୍ଧାର କରାଯିବା ଆବଶ୍ୟକ। ଦୀର୍ଘ ଦିନ ହେବ ବନ୍ଦ ହୋଇଥିବା ଓଡ଼ିଶା ଏମ୍‍ଏସ୍‍ଏମ୍‍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସର୍ଭେକୁ ପୁନର୍ବାର କରାଯାଉ। ଓଏସ୍‍ଏଫ୍‍ସିର ପୁନରୁଦ୍ଧାରେ କରାଯାଉ ଏଥିରେ ରାଜ୍ୟ ସରକାର ସହଯୋଗ କରିବେ ତେବେ କେନ୍ଦ୍ର ସରକାର ମଧ୍ୟ ସମାନ ସହଯୋଗ ​‌େ​‌ଦବା ଜରୁରୀ।
ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରାଳୟର ଶାସନ ସଚିବ ଅରୁଣ କୁମାର ପଣ୍ଡା ଯୋଗଦେଇ କହିଲେ, କ୍ଲଷ୍ଟର ପାଣ୍ଠି ପ୍ରଦାନ, ଜେଡ୍‍, ଜେମ୍‍, ଓ ଡିଜିଟାଲ ବିପଣନ ମାଧ୍ୟମରେ ଏମ୍‍ଏସ୍‍ଏମ୍‍ଇର ଅଭିବୃଦ୍ଧି ପାଇଁ ସେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏମ୍‍ଏସ୍‍ଏମ୍‍ଇରେ ପୁଞ୍ଜିନି​ବେଶ ବଢିବା ଫଳରେ ନିଯୁକ୍ତି ଅାଶାୟୀଙ୍କ ଅପେକ୍ଷା ନିଯୁକ୍ତିଦାତାଙ୍କ ସଂଖ୍ୟରେ ବୃଦ୍ଧି ହେବ। କାର୍ଯ୍ୟକ୍ରମରେ ଏମ୍‍ଏସ୍‍ଏମ୍‍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍‍.ଏନ୍‍. ଗୁପ୍ତା କହିଲେ, ରାଜ୍ୟରେ ଗତ ୨୦ ମାସ ମଧ୍ୟରେ ୩୫୦ଟି ଷ୍ଟାର୍ଟ ଅପ୍‍ ପଞ୍ଜିକୃତ ହୋଇଛନ୍ତି। ୨୦୨୦ ସୁଦ୍ଧା ରାଜ୍ୟରେ ୧୦୦୦ ଷ୍ଟାର୍ଟ ଅପ୍‍ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ନିର୍ଦେଶକ ପ୍ରଣବ ଜ୍ୟୋତି ନାଥ, ଓଏସ୍‍ଆଇସି ଏମ୍‍ଡି ପି.େକ ଜେନା ଉପସ୍ଥିତ ଥିଲେ।
ଏହି ଏମ୍‍ଏସ୍‍ଏମ୍‍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ୪୦୦ରୁ ଅଧିକ ଏମ୍‍ଏସ୍‍ଏମ୍‍ଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଏବଂ ୪୦ଟି ଷ୍ଟାର୍ଟ ଅପ୍‍ ଯୋଗଦେଇଛନ୍ତି। ଏଥିରେ ଇରାନ୍‍, ବାଙ୍ଗଲାଦେଶ, ଦକ୍ଷିଣକୋରିଆ ଏବଂ କାମ୍ବୋଡିଆରୁ ୩୨ ଜଣ ଉଦ୍ୟୋଗୀ ଅଂଶଗ୍ରହଣ କରିଛନ୍ତି ା

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories