www.samajalive.in
Monday, December 15, 2025
17.1 C
Bhubaneswar

ଏହି ଉପାୟରେ ସଫା କରନ୍ତୁ ଜିଭ, ନଚେତ୍ ହୋଇ ପାରନ୍ତି ଅନେକ ରୋଗର ଶିକାର

ସାଧାରଣତଃ ପ୍ରତ୍ୟେକଦିନ ଆମେ ସକାଳେ ଦାନ୍ତ ଘଷିବା ସମୟରେ ଆମେ ଜିଭ ସଫା କରିଥାଆନ୍ତି। ହେଲେ କିଏ ଭଲରେ ସଫା କରନ୍ତି ତ ଆଉ କିଏ ଜିଭ ସଫା କରିବା ଉପରେ ବିଶେଷ ଧ୍ୟାନ ଦେଇ ନଥାନ୍ତି। ତେବେ ଆପଣ ଜାଣି ରଖିବା ଉଚିତ୍ ଯେ, ଜିଭକୁ ଭଲ ଭାବେ ସଫା କରିବା ନିହାତି ଆବଶ୍ୟକ ହୋଇଥାଏ। ଯଦି ଜିଭ ଉପରେ ଯଥେଷ୍ଟ ଧ୍ୟାନ ନ ଦେବେ, ତେବେ ଅନେକ ରୋଗର ଶିକାର ହୋଇପାରନ୍ତି। ଏହା ଛଡ଼ା ମୁହଁରେ ଦୁର୍ଗନ୍ଧଜନିତ ସମସ୍ୟା ମଧ୍ୟ ଉପୁଜିପାରେ। ତେବେ ଜିଭକୁ ସଫା କରିବା ପାଇଁ କେତେକ ବିଶେଷ ଘରୋଇ ଉପାୟ ରହିଛି। ଯାହାକୁ ଅବଲମ୍ବନ କରିବା ଦ୍ବାରା ଆମ ଜିଭ ସଫା ହେବା ସହ ସମ୍ପୂର୍ଣ୍ଣ ଭାବେ ଜୀବାଣୁ ମୁକ୍ତ ହୋଇ ପାରିବ। ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ –

– ଜିଭରେ ଲୁଣ ପକାଇ ଦାନ୍ତ ଘଷା ବ୍ରଶ୍ ରେ ଭଲଭାବେ ଘଷନ୍ତୁ। ଏହି ପ୍ରକ୍ରିୟା ରାତିରେ ଶୋଇବା ପୂର୍ବରୁ କରିଲେ ଭଲ। ଏହା ବ୍ୟତୀତ ଶୋଇବା ଆଗରୁ ଗରମ ଲୁଣ ପାଣିରେ ପାଟିକୁ ସଫା କରିବା ଉଚିତ୍।
– ଜିଭରେ ମଇଳା ଲାଗି ଥିଲେ ଦହିର ଉପଯୋଗ କରନ୍ତୁ। ଦହିକୁ ପେଷ୍ଟ ଭଳି ଆଙ୍ଗୁଠିରେ ଲଗାନ୍ତୁ ଓ ତାକୁ ଜିଭ ଉପରେ ଘଷନ୍ତୁ। ତା’ପରେ ପାଟିରେ ପାଣି ରଖି କୁଳି କରନ୍ତୁ।
– ହଳଦୀ ଗୁଣ୍ଡରେ ଲେମ୍ବୁରସ ମିଶାଇ ଜିଭ ଉପରେ ମାଲିସ୍ କରନ୍ତୁ। ତା’ପରେ ଉଷୁମ ପାଣିରେ କୁଳି କରି ଦିଅନ୍ତୁ। ନଡ଼ିଆ ତେଲ ମଧ୍ୟ ଏଥିପାଇଁ ଖୁବ୍ ଉପଯୋଗୀ। ଜିଭରେ ନଡ଼ିଆ ତେଲ ଘଷିଲେ ଜିଭ ଉପରେ ଥିବା ମଇଳା ଦୂର ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories