www.samajalive.in
Sunday, December 14, 2025
19.1 C
Bhubaneswar

ଅଭିଯୋଗ ଶୁଣି ରାଗି ଗଲେ ସିଦ୍ଧରମୈୟା, ମହିଳାଙ୍କୁ ଦୁର୍ବ୍ୟବହାର

ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ପୁଣି ଥରେ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି। ସିଦ୍ଧରମୈୟା କର୍ଣ୍ଣାଟକର ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ସର୍ବ ସମ୍ମୁଖରେ ଧମକ ଦେଇଛନ୍ତି। ବିଜେପି ଏହି ଘଟଣାକୁ ପ୍ରସଙ୍ଗ କରି କଂଗ୍ରେସ ଉପରେ ବର୍ଷିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଦ୍ଧରମୈୟାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି।
ସୂଚନା ଅନୁସାରେ ମହୀଶୂରର ଜମିଲା ନାମକ ଜଣେ ମହିଳା ଅଭିଯୋଗ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନିକଟରେ ପହଞ୍ଚିଥିଲେ। କୁହାଯାଉଛି ଜମିଲା କେତେକ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣିବା ମାତ୍ରେ ସିଦ୍ଧରମୈୟା ଉତ୍‍କ୍ଷିପ୍ତ ହୋଇ ମହିଳାଙ୍କ ହାତରୁ ମାଇକ୍‍ ଛଡ଼ାଇ ନେଇଥିଲେ। ଏହାପରେ ତାଙ୍କୁ ବସିବା ପାଇଁ ଧମକାଇଥିଲେ। ଏହି ଘଟଣା ସେଠାରେ ଉପସ୍ଥିତ ଗଣମାଧ୍ୟମ କ୍ୟାମେରାରେ ବନ୍ଦ ହୋଇଯାଇଥିଲା। ଏହି ଭିଡ଼ିଓ ଏବେ ସାର୍ବଜନୀନ ହେବା ପରେ ବିବାଦ ଆରମ୍ଭ ହୋଇଛି। ଏହାକୁ ବିଜେପି ପ୍ରସଙ୍ଗ କରି ସିଦ୍ଧରମୈୟାଙ୍କୁ କଂଗ୍ରେସରୁ ବହିଷ୍କାର କରିବା ପାଇଁ ଦାବି କରିଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories