www.samajalive.in
Sunday, December 7, 2025
16.1 C
Bhubaneswar

ଯୁଦ୍ଧରେ ନିହତ ସୁରକ୍ଷାକର୍ମୀଙ୍କ ପାଇଁ ସହାୟତା ପରିମାଣ ୧ କୋଟିକୁ ବୃଦ୍ଧି କଲେ ହରିୟାଣା ସରକାର

ଡେସ୍କ: ହରିୟାଣା ସରକାର ସଶସ୍ତ୍ର ବାହିନୀର ଯବାନ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଯବାନଙ୍କ ପରିବାରକୁ ପ୍ରଦାନ କରାଯାଉଥିବା ସହାୟତା ପରିମାଣ ସଂଶୋଧନକୁ ଶନିବାର ଅନୁମୋଦନ କରିଛନ୍ତି। ଅନୁକମ୍ପା ରାଶି ୫୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ହିନ୍ଦୀ ଆନ୍ଦୋଳନ-୧୯୫୭ର ମାତୃଭାଷା ସତ୍ୟାଗ୍ରହୀଙ୍କ ମାସିକ ପେନସନ୍ ୧୫ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରିବା ସହ ରାଜ୍ୟ କର୍ମଚାରୀଙ୍କ ପାଇଁ ମୃତ୍ୟୁ ସହ ଅବସର ଗ୍ରାଚ୍ୟୁଇଟିର ସର୍ବାଧିକ ସୀମା ୨୦ ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ହରିୟାଣା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଗ୍ରୁପ୍ ଏ ଏବଂ ବି ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ଆଧାର ପ୍ରମାଣୀକରଣ ସେବାକୁ ମଧ୍ୟ ଅନୁମୋଦନ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories