www.samajalive.in
Monday, December 15, 2025
27.1 C
Bhubaneswar

ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟିତ

ବୁର୍ଲା: ଓଡ଼ିଶାରେ ବିଜେପି ସରକାର ଗଢିବା ପଛରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରମୁଖ ଭୂମିକା ରହିଛି। ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଓଡ଼ିଶା ପ୍ରତି ତାଙ୍କର ଅନେକ ଅବଦାନ ଥିଲା। ବୁଧବାର ବୁର୍ଲା ଗୋଲଗୁଣ୍ଡା ଛକରେ ମହାନ ଜନନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି, ବୁର୍ଲା ସହ କଟକ ଓ ବ୍ରହ୍ମପୁରରେ ମଧ୍ୟ ତାଙ୍କର ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ବୁର୍ଲାର ଏହି ଗୋଲଗୁଣ୍ଡା ଛକକୁ ଆଜିଠାରୁ ଅଟଳ ଛକରେ ନାମିତ କରିଥିବାରୁ ଜିଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଟଳ ଉଦ୍ୟାନରେ ବୃକ୍ଷରୋପଣ ମଧ୍ୟ କରିଛନ୍ତି। କାର୍ଯ୍ୟକ୍ରମରେ ପଂଚାୟତିରାଜ ମନ୍ତ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ ୧୦ ଫୁଟ ଉଚ୍ଚର ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉଦଘାଟିତ ହୋଇଛି। ଜାତୀୟ ରାଜପଥରେ ଯାଉଥିବା ପ୍ରତେକ ବ୍ୟକ୍ତି ପ୍ରତିମୂର୍ତ୍ତିକୁ ଦେଖି ତାଙ୍କୁ ମନେପକାଇ ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories