www.samajalive.in
Monday, December 15, 2025
17.1 C
Bhubaneswar

ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନର ରାଜ୍ୟସ୍ତରୀୟ ପ୍ରତିଯୋଗିତା

କେନ୍ଦୁଝରଗଡ଼: ବିଜ୍ଞାନ ଭାରତୀ ଆନୁକୂଲ୍ୟରେ ଆୟୋଜିତ ମେଧାବୀ ଅନ୍ୱେଷଣ ପ୍ରତିଯୋଗିତା ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନର ରାଜ୍ୟସ୍ତରୀୟ ପ୍ରତିଯୋଗିତା ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝର ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଭାକର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌‌ଘାଟନୀ କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ବିଷ୍ଣୁ ଚରଣ ଦାଶ ବିଜ୍ଞାନ ଶିକ୍ଷାରେ ପରୀକ୍ଷଣର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଆର.କେ ସାହୁ ଓ ସୁରେଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଚଳିତବର୍ଷ ସାରା ଦେଶରେ ପ୍ରାୟ ୧ଲକ୍ଷ ୫୫ହଜାର ସ୍କୁଲ ଛାତ୍ରଛାତ୍ରୀ ଏହି ମେଧା ଅନ୍ୱେଷଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାର ପାଖାପାଖି ୪ହଜାର ପ୍ରତିଭାଗୀଙ୍କ ମଧ୍ୟରୁ ୧୦୦ଜଣ ଛାତ୍ରଛାତ୍ରୀ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶିବିରରେ ଭାଗ ନେଇଥିଲେ। ଡ. ବି.କେ ଗିରି, ନିହାର ରଞ୍ଜନ ସିଂହ, ରବୀନ୍ଦ୍ର ରାଉତ, ରଞ୍ଜିତା ମହନ୍ତ, ଶୁଭଲକ୍ଷ୍ମୀ ସାହୁ, ଡ. ଲିପନ ପ୍ରଧାନଙ୍କ ସମେତ ୧୯ଜଣ ବିଶେଷଜ୍ଞ ମୂଲ୍ୟାୟନ କରି ବିଭିନ୍ନ ବିଭାଗର ୧୮ଜଣ ପ୍ରତିଭାଗୀଙ୍କୁ ଚୟନ କରିଥିଲେ ଓ ସେମାନଙ୍କୁ ଓଡ଼ିଶା ବିଜ୍ଞାନ ମଣ୍ଡଳ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇ ୬୦ହଜାର ଟଙ୍କା ନଗଦ ପୁରସ୍କାର, ମାନପତ୍ର ଓ ସ୍ମୁତିଚିହ୍ନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା। କିଟ୍‌‌ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଗୋପାଳ ଚୌଧୁରୀ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ ଓ ବିଜ୍ଞାନ ମନସ୍କତାର ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଅଧ୍ୟାପକ ଜ୍ୟୋତିିରଞ୍ଜନ ଜେନା ଓ ଅଧ୍ୟାପକ ଦିବ୍ୟକିଶୋର ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରାଧ୍ୟାପକ ହରିହର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତୀୟ ବିଜ୍ଞାନ ସମାବେଶୀ ବିକାଶର ମନ୍ତ୍ରଦାତା ବୋଲି ମତବ୍ୟକ୍ତ କରିଥିଲେ। ବିଜ୍ଞାନ ଭାରତୀ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ସହ ଭାରତୀୟ ଜ୍ଞାନ ବିଜ୍ଞାନ ବିଷୟରେ ଏହି ପ୍ରତିଯୋଗୀତାର ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବାରୁ ପ୍ରଶଂସାର ପାତ୍ର। ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଫେସର ପ୍ରଭୁ ପ୍ରସାଦ ଦାସ ଭାରତୀୟ ମାନଙ୍କ ବିଜ୍ଞାନ ପଟଳକୁ ଅବଦାନ ଉପରେ ଆଲୋକପାତ କରିଥିଲେ। ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ଗଣିତ ଅଧ୍ୟାପକ ସତ୍ୟବ୍ରତ କୁଟ୍ଟି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଉଦ୍ଭିଦବିଜ୍ଞାନ ଅଧ୍ୟାପକ ଲିଟୁ ମଲ୍ଲିକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories