www.samajalive.in
Wednesday, December 10, 2025
18.1 C
Bhubaneswar

ବର୍ଷା ପାଇଁ ସ୍ଥଗିତ ରହିଲା ମଣ୍ଡି ଉଦଘାଟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ମଙ୍ଗଳବାର ମଣ୍ଡି ଖୋଲିବାର ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଥିଲା। ଚାଷୀଙ୍କୁ ଟୋକେନ ବଣ୍ଟନ ମଧ୍ୟ ସରିଥିଲା। ବାଲିଗୁଡା ବ୍ଲକ ଲଣ୍ଡାଗାଁ ଠାରେ ମଣ୍ଡି ଉଦଘାଟନ ହୋଇଥାନ୍ତା। କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ଶେଷ ମୂହୁର୍ତ୍ତରେ ଏହାକୁ ସ୍ଥଗିତ ରଖିଛି ଜିଲ୍ଲା ପ୍ରଶାସନ। ଆସନ୍ତା ଜାନୁୟାରୀ ୩ ତାରିଖରେ ମଣ୍ଡି ଖୋଲିବା ପାଇଁ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ, ପ୍ରଥମେ ଡିସେମ୍ବର ୧୦ ତାରିଖରେ ଜିଲ୍ଲାରେ ଧାନମଣ୍ଡି ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। କିନ୍ତୁ ଧାନକଟାରେ ବିଳମ୍ବ ଯୋଗୁଁ ଏହାକୁ ୨୪ ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିଲା। ଏବେ ପୁଣି ବର୍ଷା ଦାଉ ସାଧିଛି। ସବୁ ପ୍ରସ୍ତୁତି ସରିଥିବା ବେଳେ ସୋମବାର ରାତି ସମବାୟ ଓ ଯୋଗାଣ ବିଭାଗ ସହିତ ଆଲୋଚନା ପରେ ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖି ଆସନ୍ତା ୩ ତାରିଖରେ ଖୋଲିବା ପାଇଁ ଜିଲାପାଳ ଅମ୍ରିତ ଋତୁରାଜ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଜିଲ୍ଲାର ସମସ୍ତ ଲ୍ୟାମ୍ପସ ଜରିଆରେ ଚାଷୀ ମାନଙ୍କୁ ସୂଚନା ଦିଆ ଯାଇଥିବା ସମବାୟ ଅଧିକାରୀ ଗଙ୍ଗାଧର କହଁର ଜଣାଇଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାରେ ସମୂଦାୟ ୩୨୧୦ ଚାଷୀ ନାମ ପଞ୍ଜୀକୃତ କରିଥିବା ବେଳେ ୭୦,୩୪୦ କ୍ବିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଛି। ଏପଟେ ଜିଲ୍ଲା ସାରା ଲାଗି ରହିଛି ଝିପିଝିପି ବର୍ଷା। ଅଧିକାଂଶ ଚାଷୀ କଟା ଧାନକୁ ବିଲ ମୁଣ୍ଡରେ ପଲିଥିନ ଘୋଡେ଼ଇ ରଖିଛନ୍ତି। ଅଧିକ ବର୍ଷା ହେଲେ ଧାନ ନଷ୍ଟ ହେବା ସହ ମଣ୍ଡିକୁ ନେବାରେ ମଧ୍ୟ ସମସ୍ୟା ହେବା ଆଶଙ୍କା କରାଯାଉଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories