୬୫ ହଜାର ଟଙ୍କାର ଜାଲ ନୋଟ ଜବତ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଚିଖିଲାପାଲି ଗ୍ରାମରୁ ୬୫ ହଜାର ଟଙ୍କାର ଜାଲ ନୋଟ ରେଙ୍ଗାଲି ପୋଲିସ ଜବତ କରିଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ସେମାନଙ୍କ ଠାରୁ ୧୧୦ ଖଣ୍ଡ ୫୦୦ ଟଙ୍କିଆ ଓ ୫ ଖଣ୍ଡ ୨୦୦୦ ଟଙ୍କିଆ ଜାଲ ନୋଟ୍ ଜବତ କରାଯାଇଛି । ଓଡିଶା-ଛତିଶଗଡ଼ ସୀମାନ୍ତ ବିଭିନ୍ନ ଗ୍ରାମାଞ୍ଚଳରେ ଜାଲ ନୋଟ କାରବାର କରୁଥିବା ସୂଚନା ପାଇ ପୁଲିସ ରବିବାର ଚିଖିଲାପାଲି ଗାଁରେ ଚଢ଼ଉ କରିଥିଲା । ଜାଲ ନୋଟ୍ କାରବାର ପଛରେ ଏକ ରାକେଟ୍ ରହିଥିବା ପୁଲିସ ସନ୍ଦେହ କରୁଛି । ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଛି ବୋଲି ରେଙ୍ଗାଲି ଥାନା ଅଧିକାରୀ ଗିତି ରଞ୍ଜନ ମହାପାତ୍ର କହିଛନ୍ତି ।