www.samajalive.in
Saturday, December 6, 2025
14.1 C
Bhubaneswar

୬୫ ହଜାର ଟଙ୍କାର ଜାଲ ନୋଟ ଜବତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା  ଅନ୍ତର୍ଗତ ଚିଖିଲାପାଲି ଗ୍ରାମରୁ ୬୫ ହଜାର ଟଙ୍କାର ଜାଲ ନୋଟ ରେଙ୍ଗାଲି ପୋଲିସ ଜବତ କରିଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ସେମାନଙ୍କ ଠାରୁ ୧୧୦ ଖଣ୍ଡ ୫୦୦ ଟଙ୍କିଆ ଓ ୫ ଖଣ୍ଡ ୨୦୦୦ ଟଙ୍କିଆ ଜାଲ ନୋଟ୍‌ ଜବତ କରାଯାଇଛି । ଓଡିଶା-ଛତିଶଗଡ଼ ସୀମାନ୍ତ ବିଭିନ୍ନ ଗ୍ରାମାଞ୍ଚଳରେ ଜାଲ ନୋଟ କାରବାର କରୁଥିବା ସୂଚନା ପାଇ ପୁଲିସ ରବିବାର ଚିଖିଲାପାଲି ଗାଁରେ ଚଢ଼ଉ କରିଥିଲା । ଜାଲ ନୋଟ୍‌ କାରବାର ପଛରେ ଏକ ରାକେଟ୍‌ ରହିଥିବା ପୁଲିସ ସନ୍ଦେହ କରୁଛି । ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଛି ବୋଲି ରେଙ୍ଗାଲି ଥାନା ଅଧିକାରୀ ଗିତି ରଞ୍ଜନ ମହାପାତ୍ର କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories