ପୁରୀରେ ସ୍କ୍ରବ ଟାଇଫସ୍ – ବଢୁଛି ରୋଗୀଙ୍କ ସଂଖ୍ୟା
ଭୁବନେଶ୍ୱର(ଜିତ୍ ପଟ୍ଟନାୟକ) – ପୁରୀରେ ଏବେ ସ୍କ୍ରବ ଟାଇଫସ୍ ଦେଖା ଦେଇଛି । ପୁରୀ ସହରର ବିଭିନ୍ନ ବେସରକାରୀ ଡାକ୍ତରଖାନାରେ ୪ରୁ ଅଧିକ ସଂକ୍ରମିତ ଏବେ ଚିକିତ୍ସିତ ହେଉଛନ୍ତି । ସଂକ୍ରମଣ ଅଧିକ ହେଲେ ପ୍ରାଣଘାତୀ ହୋଇପାରେ । ଏଥିରେ ସାମାନ୍ୟ ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତି ଘରେ ଚିକିତ୍ସିତ ହୋଇ ଭଲ ହୋଇପାରନ୍ତି । ୨୦୨୩ ମସିହାରେ ବରଗଡ ଏବଂ ସମ୍ବଲପୁରରେ ସ୍କ୍ରବ ଟାଇଫସ୍ ସଂକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଚଳିତ ବର୍ଷ ଶହେରୁ ଅଧିକ ଆକ୍ରାନ୍ତ ଚିକିତ୍ସିତ ହୋଇଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ ଜିଲ୍ଲାରେ ସର୍ବାଧିକ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସୋନପୁର,କଳାହାଣ୍ଡି, ବଲାଙ୍ଗୀର ଏବଂ ସମ୍ବଲପୁରରେ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିଲା । ୨୦୨୩ ମସିହାରେ ବରଗଡରେ ୮ ଜଣ ସ୍କ୍ରବ ଟାଇଫସ୍ ସଂକ୍ରମଣରେ ପ୍ରାଣ ହରାଇଥିଲେ । ଏହା ଏକ ବ୍ୟାକ୍ଟେରିଆ ବା ଜୀବାଣୁ ଜନିତ ସଂକ୍ରମଣ । ଏହା ହେଲେ ଥଣ୍ଡା ହେବାପରି ଲକ୍ଷଣ ଦେଖା ଦେଇଥାଏ । ଅଧିକ ସଂକ୍ରମଣ ହେଲେ ପ୍ରବଳ ମୁଣ୍ଡ ବିନ୍ଧା ସହ ଅନ୍ୟ ଲକ୍ଷଣ ଦେଖା ଯାଏ । ଚର୍ମରେ ନାଲି ଦାଗ ଦେଖା ଦେଇ ପାରେ । ଏହାକୁ acute febrile illnesses ବା ଭୀଷଣ ଜ୍ୱର ପରି ଲକ୍ଷଣ ଦେଖା ଦିଏ ।
ଗର୍ଭବତୀ ସ୍ତ୍ରୀ ଲୋକ , ଛୋଟ ପିଲା ତଥା ମଧୁମେହ ଏବଂ ଅନ୍ୟ ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଏହି ସଂକ୍ରମଣ ଘାତକ ହୋଇପାରେ । ସାଧାରଣତଃ ଆଣ୍ଟି ବ୍ୟାକ୍ଟେରିଆଲ୍ ଔଷଧ ଖାଇ ଲୋକ ଭଲ ହୋଇଥାଆନ୍ତି । ମାତ୍ର ସଂକ୍ରମଣ ବୃଦ୍ଧି ପାଇଲେ ତୁରନ୍ତ ଡାକ୍ତରଖାନାରେ ସଂକ୍ରମିତଙ୍କୁ ଭର୍ତ୍ତି କରିବା ଆବଶ୍ୟକ । ଡେରି କଲେ ଏହା ଜୀବନ ଯାଇପାରେ । ଚାଷଜମିରେ କାମରୁଥିବା ଲୋକ ବିଭିନ୍ନ ବାଡି ବଗିଚାରେ ଏହଂ ନେଚର କ୍ୟାପିଂ କରୁଥିବା ଲୋକଙ୍କୁ ଏହା ଦେଖା ଦିଏ । ପୁରୀରେ ସଂକ୍ରମିତମାନେ ଫୁଲ ତୋଳିବା ବେଳେ ଘାସ ଏବଂ ଛୋଟ ଗଛ ଭିତରେ ପୁଶୁଥିବା ବେଳେ ଏହି ସ୍କ୍ରବ ଟାଇଫସ୍ କୀଟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ପୂର୍ବରୁ କିଛି ସଂକ୍ରମିତ ଭଲ ହୋଇ ଘରକୁ ଫେରିଛନ୍ତି । ଏବେ ଘରୋଇ ଡାକ୍ତରଖାନାରେ ୪ ଜଣ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ୨ ଜଣ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଭଲ ହୋଇ ଫେରିଥିବା ବେଳେ ଏବେ ସରକାରୀ ଡାକ୍ତରଖାନାରେ କେହି ସଂକ୍ରମିତ ନଥିବା ଏଡିଏମ୍ଓ ଡାକ୍ତର ବୀରଜା ଶଙ୍କର ରଥ ପ୍ରକାଶ କରିଛନ୍ତି । ତବେ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ଥଣ୍ଡାର ଲକ୍ଷଣ ଭଲ ନହେଲେ ମୁଣ୍ଡ ପ୍ରବଳ ବିନ୍ଧିବା ସହ ଦେହରେ ନାଲି ଚିହ୍ନ ଦେଖା ଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ରକ୍ତ ପରୀକ୍ଷା ପାଇଁ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ସ୍କ୍ରବ ଟାଇଫସ୍ ସଂକ୍ରମଣ ବୃଦ୍ଧି ପାଇଥିବା କଥା କୁହାଯାଇଛି । ବୁଦା ଏବଂ ଜଙ୍ଗଲିଆ ଅଞ୍ଚଳକୁ ଯିବା ବେଳେ ଫୁଲ୍ ପ୍ୟାଣ୍ଟ ସାର୍ଟ ସହ ଜୋତା ପିନ୍ଧି ଯିବା ପାଇଁ ବିଶେଷଜ୍ଞମାନେ କହିଛନ୍ତି । ଚାଷ ଜମିରେ କୀଟଙ୍କ ପାଇଁ ଔଷଧ ପକାଇଲେ ସ୍କ୍ରବ ଟାଇଫସ୍ ବଂଶବୃଦ୍ଧି କରିପାରନ୍ତି ନାହିଁ । ଏହି ସଂକ୍ରମଣ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଟିକା ବାହାରି ନାହିଁ । କେବେଳ ଆଣ୍ଟିବାୟୋଟିକ୍ରେ ଏହାର ଚିକିତ୍ସା କରାଯାଏ । ପ୍ରଥମରୁ ଚିକିତ୍ସା ଆରମ୍ଭ କଲେ ଭଲ ହେବାର ସମ୍ଭାବନା ବହୁତ ଅଧିକ।
Comments are closed.