www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; କାହିଁକି ସାମ୍ବାଦିକାଙ୍କ ଉପରେ ରାଗିଲେ ବିରାଟ କୋହଲୀ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ବିରାଟ କୋହଲୀ ମେଲବର୍ଣ୍ଣ ପହଞ୍ଚିବା ପରେ ଜଣେ ଅଷ୍ଟ୍ରେଲିଆ ମହିଳା ଟିଭି ସାମ୍ବାଦିକାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ବକ୍ସିଙ୍ଗ ଡେ ଟେଷ୍ଟ ପୂର୍ବରୁ ମେଲବର୍ଣ୍ଣରେ ବିରାଟ କୋହଲୀଙ୍କର ଜଣେ ସାମ୍ବାଦିକାଙ୍କ ସହ ଯୁକ୍ତିତର୍କ ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ବିରାଟ ହଠାତ୍‌ କାହିଁକି ରାଗି ଗଲେ? ଏହାର କାରଣ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିରାଟଙ୍କ ପରିବାର ଫଟୋ ଓ ଭିଡିଓ ନେବାରୁ ସେ ଅସନ୍ତୁଷ୍ଟ ହୋଇଥିବା କୁହାଯାଉଛି ।
ବିରାଟ ନିଜ ପତ୍ନୀ ଅନୁଷ୍କା ଶର୍ମା, ଶିଶୁ ଭାମିକା, ଅକାୟ କୋହଲୀଙ୍କ ସହ ମେଲବର୍ଣ୍ଣ ବିମାନବନ୍ଦରରେ ପହଞ୍ଚିଥିଲେ । ସେହି ସମୟରେ ଅଷ୍ଟ୍ରେଲିଆର ଜଣେ ସାମ୍ବାଦିକା ତାଙ୍କ ଭିଡିଓ କରିଥିଲେ ।

ବାରମ୍ବାର ବିବାହ ଭାଙ୍ଗୁଥିଲେ, ଟଙ୍କା ଅଭାବ ଲାଗି ରହୁଥିଲେ, ଗୁରୁବାର ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

- Advertisement -

ବିରାଟ ସାମ୍ବାଦିକାଙ୍କୁ ଅନୁରୋଧ କରିଥିଲେ, ତାଙ୍କ ଫଟୋ,ଭିଡିଓ ନିଅନ୍ତୁ କିନ୍ତୁ ତାଙ୍କ ପରିବାର ସଦସ୍ୟଙ୍କର ନୁହେଁ । ଏହି ଘଟଣାକୁ ନେଇ ବିରାଟ ଅସନ୍ତୁଷ୍ଟ ହୋଇଥିଲେ ବୋଲି କୁହାଯାଉଛି । ସେହିପରି ଅଷ୍ଟ୍ରେଲିଆର ଆଇନ ଅନୁଯାୟୀ, ଯେକୌଣସି ସର୍ବ ସାଧାରଣ ସ୍ଥାନରେ ସେଲିବ୍ରିଟିଙ୍କ ଭିଡିଓ କିମ୍ବା ଫଟୋ ନେବା ଉପରେ କୌଣସି ରୋକ୍‌ ନାହିଁ ।

୨୦୨୫ରେ ୪ ଶକ୍ତିଶାଳୀ ଗ୍ରହଙ୍କ ଚଳନ; ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌..

ଏହାପରେ ବିରାଟ କହିଥିଲେ ମୋ ବିନା ଅନୁମତିରେ ମୋ ପରିବାର ସଦସ୍ୟଙ୍କ କୌଣସି ଫଟୋ କିମ୍ବା ଭିଡିଓ ନିଅନ୍ତୁ ନାହିଁ । ତାଙ୍କ ପରିବାର ସଦସ୍ୟଙ୍କ ଭିଡିଓ ନିଆଯାଇନଥିବା ସ୍ପଷ୍ଟ କରିବା ପରେ ବିରାଟ ଶାନ୍ତ ହେବା ସହ ସେ କ୍ୟାମେରାମ୍ୟାନ୍‌ଙ୍କ ସହ ହାତ ମିଳାଇଥିବା ମଧ୍ୟ ଭିଡିଓରେ ଦେଖାଯାଇଥିଲା ।

ଦେଖନ୍ତୁ ଭିଡିଓ ; ବଡି ବିଲ୍‌ଡର୍‌-ସିଂହୀ ରଶି ଲଢେଇ, କିଏ ଧୂଳି ଚଟାଇଲା କାହାକୁ..

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories