www.samajalive.in
Sunday, December 14, 2025
19.1 C
Bhubaneswar

ଭିକ ଦେଲେ ଜେଲ୍‌ ଯିବେ !

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ସହର ବିଗତ କିଛି ବର୍ଷ ଧରି ଦେଶର ସବୁଠାରୁ ସ୍ବଚ୍ଛ ସହରର ମାନ୍ୟତାଲାଭ କରିଆସୁଛି। ତେବେ ଇନ୍ଦୋର ସହରକୁ ସମ୍ପୂର୍ଣ୍ଣ ଭିକାରିମୁକ୍ତ କରିବାକୁ ସ୍ଥାନୀୟ ପ୍ରଶାସନ ବର୍ତ୍ତମାନ ଅଣ୍ଟା ଭିଡିଛି। ଏଥିପାଇଁ ଜାନୁଆରୀ ପହିଲାରୁ ସହରରେ ନୂଆ ନିୟମ ପ୍ରଣୟନ ହେବାକୁ ଯାଉଛି। ଯଦି କୌଣସି ବ୍ୟକ୍ତି ଭିକାରିଙ୍କୁ ଭିକ ଦେଉଥିବାର ଦୃଷ୍ଟିଗୋଚର ହୁଏ କିମ୍ବା ପ୍ରମାଣ ମିଳେ, ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାଏର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି। ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ସୂଚନା ଦେଇ ଇନ୍ଦୋର ଜିଲାପାଳ ଆଶିଷ ସିଂହ କହିଛନ୍ତି ଯେ ଚଳିତ ଡିସେମ୍ବର ୩୧ ସୁଦ୍ଧା ସହରକୁ ସମ୍ପୂର୍ଣ୍ଣ ଭିକାରିମୁକ୍ତ କରିବାକୁ ଉଦ୍ୟମ ଜାରି ରହିଛି। ଯଦି ଜାନୁଆରୀ ୧ରୁ କୌଣସି ବ୍ୟକ୍ତି ଭିକ ଦେଉଥିବା ଲକ୍ଷ୍ୟ କରାଯାଏ, ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାଏର କରିବାକୁ ପୁଲିସକୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି। ଭିକାରିଙ୍କୁ ଭିକ ଦେଇ ପାପର ଅଂଶୀଦାର ନ ହେବାକୁ ଜିଲାପାଳ ସହରବାସୀଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଭିକାରିଙ୍କୁ ଅନ୍ୟତ୍ର ଥଇଥାନ କରି ଇନ୍ଦୋର ସମେତ ୧୦ଟି ସହରକୁ ଭିକାରିମୁକ୍ତ କରିବାକୁ କେନ୍ଦ୍ର ସରକାର ଏକ ଯୋଜନା ହାତକୁ ନେଇଛନ୍ତିି। ଅନ୍ୟ ସହରଗୁଡିକ ହେଲା ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନଇ, ହାଇଦରାବାଦ, ଲକ୍ଷ୍ନୌ, ମୁମ୍ବଇ, ନାଗପୁର, ପାଟନା ଓ ଅହମ୍ମଦାବାଦ। ଏ ପ୍ରସଙ୍ଗରେ ଇନ୍ଦେର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭିକାରିଙ୍କ ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଶାସନର ହସ୍ତଗତ ହୋଇଛି। ସହରରେ ଅଧିକାଂଶ ଭିକାରିଙ୍କର ପକ୍କା ଘର ଥିବାବେଳେ କେତେକଙ୍କ ପିଲା ବ୍ୟାଙ୍କ ଓ ସରକାରୀ ଚାକିରି କରୁଛନ୍ତି। ଯାଞ୍ଚ ସମୟରେ ଜଣେ ଭିକାରିଙ୍କ ନିକଟରେ ନଗଦ ୩୦ ହଜାର ଟଙ୍କା ରହିଥିବା ଜଣାପଡିଛି। କେତେକ ଭିକାରି ସୁଧ କାରବାରରେ ଲିପ୍ତ ଥିବାର ମଧ୍ୟ ପ୍ରମାଣ ମିଳିଛି। ନିକଟରେ ରାଜସ୍ଥାନରୁ ଦଳେ ଭିକାରି ଇନ୍ଦୋର ଆସିଥିବାବେଳେ ସେମାନେ ଏକ ଭବ୍ୟ ହୋଟେଲରେ ଅବସ୍ଥାନ କରିଥିବାର ପ୍ରମାଣ ମିଳିଥିଲା। ପୁଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଅନ୍ୟତ୍ର ଥଇଥାନ କରାଯାଇଥିବା ସେ କହିଛନ୍ତି। ସହରକୁ ଭିକାରିମୁକ୍ତ କରିବା ପ୍ରସଙ୍ଗରେ ପ୍ରଶାସନକୁ ସହାୟତା କରିବାକୁ କେତେକ ସ୍ବେଚ୍ଛାସେବୀ ସଂଗଠନ ହାତ ବଢାଇଛନ୍ତି। ସେମାନେ ଭିକାରିଙ୍କୁ ୬ ମାସ ପର୍ଯ୍ୟନ୍ତ ଆଶ୍ରୟ ଦେବା ସହିତ ସେମାନଙ୍କ ପାଇଁ କର୍ମ ସଂସ୍ଥାନ ଯୋଗାଡ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories