www.samajalive.in
Monday, December 15, 2025
14.1 C
Bhubaneswar

ଆଜି ଆଗତ ହେବ ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଧେୟକ

ନୂଆଦିଲ୍ଲୀ : ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଧେୟକକୁ ଆଜି ଲୋକସଭାରେ ଆଗତ କରିବା ଲାଗି କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି। ଏଥିପାଇଁ ବିଜେପି ଏହାର ସମସ୍ତ ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବା ଲାଗି ହୁଇପ୍‌ ଜାରି କରିଛି। ଏକ ଦେଶ, ଏକ ନିର୍ବାଚନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ସରକାର ଲୋକସଭାରେ ସମ୍ବିଧାନ (୧୨୯ତମ ସଂଶୋଧନ) ବିଧେୟକ, ୨୦୨୪ ଓ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଧେୟକକୁ ଆଗତ କରିବେ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହାକୁ ଆଗତ କରିବେ। ବିଧେୟକ ଆଗତ ପରେ ଏହାକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବ। ସୋମବାର ଏହି ବିଧେୟକକୁ ଲୋକସଭାରେ ଆଗତ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଶେଷ ମୂହୁର୍ତ୍ତରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ। ଗତ ଗୁରୁବାର ଏହି ବିଧେୟକ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ଲାଭ କରିଥିଲା। ଦେଶରେ ଏକକାଳୀନ ଲୋକସଭା ନିର୍ବାଚନ ସହିତ ବିଧାନସଭା ଓ ଅନ୍ୟ ନିର୍ବାଚନ କରିବା ଲାଗି ଏହି ବିଧେୟକ ପ୍ରସ୍ତୁତ କରାଯାଇଛି। ପ୍ରସ୍ତାବ ଅନୁଯାୟୀ ଦେଶରେ ଲୋକସଭା, ବିଧାନସଭା, ପୌର ଓ ପଞ୍ଚାୟତ ନିର୍ବାଚନକୁ ୧୦୦ ଦିନ ମଧ୍ୟରେ ଶେଷ କରାଯିବ। ସଂସଦରେ ଏହି ବିଧେୟକ ଗୃହୀତ କରାଇବା ଲାଗି ସରକାରଙ୍କୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories