www.samajalive.in
Sunday, December 7, 2025
26.1 C
Bhubaneswar

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି : ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ। ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ନୀତି ସରିବା ପରେ ଦିନ ପ୍ରାୟ ୧୨ଟା ୩୦ରେ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଦୁଆର ଚାବି ଖୋଲାଯିବ । ଏଏସ୍‌ଆଇ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ତଦାରଖ କମିଟି କର୍ମକର୍ତ୍ତା ଭିତରେ ପ୍ରବେଶ କରିବେ। ଭିତର ଓ ବାହାର ରତ୍ନଭଣ୍ଡାରରେ ଭାରା ବନ୍ଧାଯିବ। ଏଥିପାଇଁ ୩୦ କୁଶଳୀ ଶ୍ରମିକଙ୍କୁ ନିୟୋଜିତ କରାଯିବ । ରତ୍ନଭଣ୍ଡାର କାନ୍ଥ, ଛାତ ଏବଂ ଚଟାଣରୁ ପଲସ୍ତରା ଛଡ଼ାଯିବ । ନୂତନ ପଲସ୍ତରା କରାଯିବା ସହ ପୁରୁଣା ଦୁଆର ବନ୍ଧ ଏବଂ କବାଟ ବଦଳା ଯିବ। ପ୍ରଥମେ ଭିତର ରତ୍ନଭଣ୍ଡାର ଏବଂ ପରେ ବାହାର ରତ୍ନଭଣ୍ଡାର ମରାମତି ହେବ। ତିନିମାସ ମଧ୍ୟରେ ରତ୍ନଭଣ୍ଡାର ମରାମତି ଶେଷ କରିବାକୁ ସ୍ଥିର କରାଯାଇଛି। ମରାମତି ସମୟରେ ଶ୍ରଦ୍ଧାଳୁ ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଜଗମୋହନରେ ସ୍ବତନ୍ତ୍ର ଭାବେ ବ୍ୟାରିକେଡ ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବରିଷ୍ଠ ଅଧିକାରୀମାନେ ରତ୍ନଭଣ୍ଡାର ମରାମତି ତଦାରଖ କରିବେ। ବିଶେଷ ନୀତିକାନ୍ତି ଥିବା ଦିନଗୁଡ଼ିକରେ ମରାମତି କାର୍ଯ୍ୟ ବନ୍ଦ ରହିବ। ଦିନ ୧ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମରାମତି ପାଇଁ ସ୍ଥିର ହୋଇଛି। ରତ୍ନଭଣ୍ଡାର କାନ୍ଥରେ ଫାଟ ଥିବା ଲେଜର ସ୍କାନିଂ ରିପୋର୍ଟରେ ଜଣାପଡ଼ିଛି, ସେସବୁ ସ୍ଥାନ ମରାମତି ହେବ । ରତ୍ନଭଣ୍ଡାର କବାଟ ଗୁଡ଼ିକ ରୁପା ଛାଉଣି କରାଯିବା ପ୍ରସ୍ତାବ ରହିଛି। ଛାତ ତଳେ ଥିବା ପୁରୁଣା ଲୁହା ଓ କାଠ ବିମ୍‌ ଗୁଡିକୁ ବାହାର କରାଯାଇ ଉନ୍ନତମାନର ଷ୍ଟେନ୍‌ଲେସ ଷ୍ଟିଲ୍‌ ବିମ୍‌ ଲଗାଯିବ । ରତ୍ନଭଣ୍ଡାର ମରାମତି ଶେଷ ହେବା ପରେ ଅସ୍ଥାୟୀ ଭଣ୍ଡାର ଘରେ ଥିବା ମହାପ୍ରଭୁଙ୍କ ମୂଲ୍ୟବାନ ରତ୍ନ ଅଳଙ୍କାର ଗୁଡ଼ିକୁ ସେଠାକୁ ସ୍ଥାନାନ୍ତର କରାଯିବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରତ୍ନ ଅଳଙ୍କାର ଗୁଡ଼ିକର ଗଣତି ମଣତି, ମୂଲ୍ୟାଙ୍କନ ଏବଂ ଡିଜିଟାଇଜେସନ୍ କରାଯିବ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories