www.samajalive.in
Monday, December 15, 2025
16.1 C
Bhubaneswar

ଭାରୋତ୍ତୋଳନ ଓ ବନ୍ଧୁକ ଚାଳନାରେ ଭାରତୀୟଙ୍କ ଜୟଯାତ୍ରା

ଅଷ୍ଟ୍ରେଲିଆଠାରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଦ୍ୟାବଧି ଭାରତୀୟ ଖେଳାଳିମାନେ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୋଟିଏ ପରେ ଗୋଟିଏ ସଫଳତାର ଫର୍ଦ୍ଦ ଯୋଡ଼ିଚାଲିଥିବା ବେଳେ ବନ୍ଧୁକ ଚାଳନାରେ ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି। ଗତ କାଲି ବନ୍ଧୁକ ଚାଳନାରେ ଭାରତକୁ ତିନିଟି ପଦକ ମିଳିଥିଲା। ଆଜି ପୁଣି ଆଉ ଦୁଇଟି ପଦକ ମିଳିଛି। ଗତ କାଲି ମହିଳା ୧୦ ମି ଏୟାର ପିସ୍ତଲ୍‍ ପ୍ରତିଯୋଗିତାରେ ମନୁ ଭାକର ସ୍ୱର୍ଣ୍ଣ ଓ ହିନା ସିଦ୍ଧୁ ରୌପ୍ୟ ପଦକ ଜିତିଥିବା ବେଳେ ପୁରୁଷ ବର୍ଗରେ ରବି କୁମାର କାଂସ୍ୟ ପଦକ ଜିତିଥିଲେ। ଆଜି ୧୦ ମି ଏୟାର ପିସ୍ତଲ୍‍ ପ୍ରତିଯୋଗିତାରେ ଜିତୁ ରାଏ ସ୍ୱର୍ଣ୍ଣ ଓ ଓମ୍‍ ମିଥାରୱାଲ କାଂସ୍ୟ ପଦକ ଜିତଛନ୍ତି। ସେହିପରି ଆଜି ମହିଳା ବର୍ଗ ଏୟାର ପିସ୍ତଲ୍‍ରେ ମେହୁଲି ଘୋଷ ରୌପ୍ୟ ଓ ଅପୂର୍ବି ଚାଣ୍ଡେଲା କାଂସ୍ୟ ପଦକ ଜିତିଛନ୍ତି।
ଭାରୋତ୍ତଳନରେ ମହିଳା ୯୪ କେଜି ବର୍ଗରେ ପୁନମ ଯାଦବ, ୪୮ କେଜି ବର୍ଗରେ ମିରବାଇ ଚାନୁ ଓ ୫୩ କେଜି ବର୍ଗରେ ସଞ୍ଜିତା ଚାନୁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପୁରୁଷ ଭାରୋତ୍ତଳନ ୮୫ କେଜି ବର୍ଗରେ ଭି ରାହୁଲ୍‍ ଆର ଓ ୭୭କେଜି ବର୍ଗରେ ସତୀଶ କୁମାର ଶିବଲିଙ୍ଗମ୍‍ ସ୍ୱର୍ଣ ପଦକ ଜିିିତି ଭାରତ ପାଇଁ ଗୌରବ ଆଣିଛନ୍ତି। ସେହିପରି ୫୬ କେଜି ବର୍ଗରେ ପି ଗୁରୁରାଜ ରୌପ୍ୟ ପଦକ ଜିତିଛନ୍ତି। ୧୦୫ କେଜି ବର୍ଗରେ ପ୍ରଦୀପ ସିଂହ, ୯୪ କେଜି ବର୍ଗରେ ବିକାଶ ଠାକୁର ଓ ୬୯ ବର୍ଗରେ ଦୀପକ ଲାଥୁର କାଂସ୍ୟ ପଦକ ଜିତିଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories