www.samajalive.in
Sunday, December 14, 2025
23.1 C
Bhubaneswar

କଂଗ୍ରେସର ଦେଶବ୍ୟାପୀ ଉପବାସ ଅନଶନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ସମଗ୍ର ଦେଶ ବ୍ୟାପୀ ଉପବାସ ଅନଶନ କରୁଛି। ରାଜଧାନୀ ଦିଲ୍ଲୀର ରାଜଘାଟଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅନଶନରେ ବସିଛନ୍ତି। ଆଜି ସକାଳୁ ରାଜଘାଟଠାରେ କଂଗ୍ରେସ ନେତା କର୍ମୀ ଏକତ୍ରିତ ହୋଇ ଏହି ଉପବାସ ଅନଶନ ଆରମ୍ଭ କରିଛନ୍ତି। ତେବେ ରାହୁଲ ଗାନ୍ଧି ମଞ୍ଚରେ ପହଞ୍ଚିବା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଜଗଦୀଶ ଟାଇଟଲର ଓ ସଜ୍ଜନ କୁମାରଙ୍କୁ ମଞ୍ଚରୁ ହଟାଇ ଦିଆଯିବାକୁ ନେଇ କଂଗ୍ରେସ ଆଭ୍ୟନ୍ତରୀଣ ମହଲରେ ବିବାଦର ସ୍ୱର ଶୁଣିବାକୁ ମିଳୁଛି। ଅବଶ୍ୟ ଜଗଦୀଶ ଟାଇଟଲର ଏଭଳି ବିବାଦକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ ସ୍ୱଇଚ୍ଛାରେ ମଞ୍ଚରୁ ଓହ୍ଲାଇ ଜନସାଧାରଣଙ୍କ ମଧ୍ୟରେ ବସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ୧୯୮୪ରେ ଶିଖ୍‌ ଆନ୍ଦୋଳନରେ ସମ୍ପୃକ୍ତ୍‌ି ଅଭିଯୋଗରେ ଶ୍ରୀ ଟାଇଟଲର ଓ ସଜ୍ଜନ କୁମାରଙ୍କ ନାମ ରହିଛି। ଏହାକୁ ଦୃଷ୍ଟିରେ ରଖି ଦଳର ଏହି ଦୁଇ ବରିଷ୍ଠ ନେତାଙ୍କୁ ଦୂରେଇ ରହୁଛି କଂଗ୍ରେସ ବୋଲି ଆଲୋଚନା ଜୋର ଧରିବାରେ ଲାଗିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories