www.samajalive.in
Saturday, December 13, 2025
23.1 C
Bhubaneswar

ନବୀନ ମୋଦୀଙ୍କର ଜୁନିଅର : ରାହୁଲ ଗାନ୍ଧୀ

ତମାଣ୍ଡୋ : ଜୟ ଜଗନ୍ନାଥ, କେନ୍ଦ୍ରରେ ଥିବା ମୋଦୀ ସରକାର ଓ ରାଜ୍ୟରେ ଥିବା ନବୀନ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ପାଳନରେ ବିଫଳ ହୋଇଛି। ମୋଦୀ ସରକାର ରାଫେଲରେ ଦୁର୍ନିତି କରିଥିବା ବେଳେ ଓଡ଼ିଶା ସରକାର ଚିଟଫଣ୍ଡ ଘୋଟାଲା କରିଛନ୍ତି। କେନ୍ଦ୍ରରେ ଚୌକିଦାର ଚୋର ହେ, ରାଜ୍ୟରେ ନବୀନ ପଟ୍ଟନାୟକ ଚିଟଫଣ୍ଡ ଚୋର କହିଥିଲେ। କିଛି ଏଭଳି ଶାଣିତ ଭାବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ୱର ସ୍ଥିତ ତମାଣ୍ଡୋ ଷ୍ଟାଡିୟମରେ ଆୟୋଜିତ କଂଗ୍ରେସର ସାଧାରଣ ସଭାରେ କହିଛନ୍ତି।
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅମଲାତନ୍ତ୍ର ସାହାଯ୍ୟରେ ଶାସନ ଓ ଦଳୀୟ କର୍ମଚାରୀଙ୍କ ସହାୟତା କରୁଛନ୍ତି। ଦେଶରେ ବିଜେପି ସରକାର ଅରାଜକତା ସୃଷ୍ଟି କରୁଥିବା ରାହୁଲ କହିଛନ୍ତି। ସମ୍ରାଟ ଅଶୋକଙ୍କୁ ଯେଉଁ ମାଟି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା ସେହି ମାଟିର ଲୋକମାନେ ଆପଣ। ମୁଁ ସବୁବେଳେ କହି ଆସିଛି ଓଡ଼ିଶା ଗରିବ ନୁହେଁ ଓଡ଼ିଶାର ଲୋକମାନେ ଗରିବ ବୋଲି ରାହୁଲ କହିଛନ୍ତି।
୧୦ ଦିନ ମଧ୍ୟରେ ଋଣଛାଡ :
ଲୋକସଭା ନିର୍ବାଚନକୁ ନଜର ରଖି ରାହୁଲ ଓଡ଼ିଶାବାସୀଙ୍କ ପାଇଁ ବହୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ରାହୁଲ ଗାନ୍ଧୀ କୃଷକଙ୍କ ବିଷୟରେ ସମସ୍ତ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏହି ନୀତି ରାହୁଲଙ୍କର ଓଡ଼ିଶାରେ ଦେଖିବାକୁ ମିଳିଛି। ଓଡ଼ିଶା ସରକାର କୃଷକ ମାନଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି କରିନଥିବା ସେ କହିଛନ୍ତି। ଆମ ସରକାର ଆସିଲେ ରାଜ୍ୟର ସମସ୍ତ ଚାଷୀମାନଙ୍କ ଜଳଯୋଗାଣ ବ୍ୟବସ୍ଥା କରିବୁ। ଅନ୍ୟ ରାଜ୍ୟ ମାନଙ୍କ ପରି କଂଗ୍ରେସ ଓଡ଼ିଶାରେ ସରକାର ଗଠନ କଲେ ୧୦ ଦିନ ମଧ୍ୟରେ ଚାଷୀଋଣ ଛଡାଯିବ।
ରିମୋଟ କଣ୍ଟ୍ରୋଲ :
ସେହିପରି ରାହୁଲ ସବୁ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚୌକିଦାର ଚୋର ବୋଲି କହୁଥିଲେ, ରାଜ୍ୟ ସରକାର ନବୀନ ପଟ୍ଟନାୟକ ଚିଟଫଣ୍ଡ ଚୋର ବୋଲି କହିଥିଲେ। ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ରିମୋଟ କଣ୍ଟ୍ରୋଲରେ ଚାଲୁଛନ୍ତି ବୋଲି ରାହୁଲ କହିଛନ୍ତି। ବିମୁଦ୍ରାକରଣ ଭଳି ସଙ୍ଗୀନ ବିଷୟରେ ନବୀନ ପଟ୍ଟନାୟକ ଭୁଲ ଜାଣିଥିଲେ ମଧ୍ୟ ରିମୋଟ କଣ୍ଟ୍ରୋଲ ଦ୍ୱାରା କିଛି କହିପାରୁନାହାନ୍ତି। ନବୀନ ପଟ୍ଟନାୟକ ମୋଦୀଙ୍କର ଜୁନିଅର ବୋଲି କହିଛନ୍ତି।

ରାଫେଲ ଡିଲ :
ଭାରତ-ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଡିଲକୁ ମଧ୍ୟ ରାହୁଲ ଗାନ୍ଧୀ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା। ରାଫେଲ ଡିଲରେ ପ୍ରଧାନମନ୍ତ୍ରୀ ରାଫେଲ ଚୁକ୍ତି ହାଲକୁ ଦେବା ବଦଳରେ ନିଜ ସାଙ୍ଗ ଅନିଲ ଆମ୍ବାନୀଙ୍କୁ ଦେଇଥିଲେ। ଚାଷୀ ମାନଙ୍କ ଋଣଛାଡ କରିବା ବଦଳରେ ପ୍ରଧାନମନ୍ତ୍ରୀ ଶିଳ୍ପପତି ମାନଙ୍କ ଋଣଛାଡ କରିଛନ୍ତି। ବର୍ତ୍ତମାନ ଭାରତରେ ରାଜନୈତିକ ବାତାବରଣ ବଦଳିବାରେ ଲାଗୁଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ ବୋଲି ରାହୁଲ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଯୁବକଙ୍କୁ ନିଯୁକ୍ତି :
ମୋଦୀ ଓ ନବୀନ ସରକାର ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି। ରାଫେଲ ଡିଲ ହାଲକୁ ମିଳିଥିଲେ ଓଡ଼ିଶାର ଯୁବକମାନଙ୍କୁ ରୋଜଗାର ମିଳିଥାନ୍ତା ବୋଲି ରାହୁଲ କହିଛନ୍ତି। ଓଡ଼ିଶାରେ ଯୁବକ ମାନଙ୍କୁ ନିଯୁକ୍ତି ନ ମିଳିବାରୁ ଦାଦନ ଖଟିବାକୁ ବାହାରକୁ ଯାଉଥିବା ରାହୁଲ କହିଛନ୍ତି। କଂଗ୍ରେସ ସରକାରକୁ ଆସିଲେ ଯୁବକଙ୍କୁ ନିଯୁକ୍ତି ଦେବା ମୁଖ୍ୟ ପ୍ରସଙ୍ଗ ହେବ।
ଆଦିବାସୀଙ୍କ କଥା :
କଂଗ୍ରେସ ଦଳ ଆଦିବାସୀଙ୍କ ଦଳ କହୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ତମାଣ୍ଡୋ ରାଲିରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଆଦିବାସୀ ମାନଙ୍କର ଜଙ୍ଗଲ, ଜମି ରକ୍ଷା କରିବାରେ କଂଗ୍ରେସ ସବୁବେଳେ କାର୍ଯ୍ୟ କରିଛି। ଆଦିବାସୀଙ୍କ ପାଇଁ ସମସ୍ତ ସୁବିଧା ପ୍ରଦାନ କରିବାରେ କଂଗ୍ରେସ ସବୁବେଳେ ଚିନ୍ତା କରି ଆସୁଥିବା କୁହାଯାଉଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories