www.samajalive.in
Saturday, December 13, 2025
23.1 C
Bhubaneswar

ପ୍ରସିଦ୍ଧ ଲେଖିକା କ୍ରିଷ୍ଣା ସୋବତୀଙ୍କ ପରଲୋକ

ନୂଆଦିଲ୍ଲୀ: ସୁପ୍ରସିଦ୍ଧ ହିନ୍ଦୀ ଗଦ୍ୟ ସାହିତ୍ୟିକା ତଥା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା କ୍ରିଷ୍ଣା ସୋବତୀଙ୍କ ଶୁକ୍ରବାର ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୨୫ ଫେବୃଆରୀ ୧୮ରେ ଗୁଜରାଟର ପଞ୍ଜାବ ପ୍ରାନ୍ତରେ ସେ ଜନ୍ମଲାଭ କରିଥିଲେ। ଏବେ ଏହି ପ୍ରାନ୍ତ ପାକିସ୍ତାନରେ ଅଛି। ଦେଶ ବିଭାଜନ ବେଳେ ତାଙ୍କ ପରିବାର ଦିଲ୍ଲୀକୁ ଚାଲି ଆସିଥିଲା। ପ୍ରଥମେ ଦିଲ୍ଲୀ ଓ ପରେ ସିମଲାରେ ସେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। କ୍ରିଷ୍ଣାଙ୍କୁ ୧୯୮୦ରେ ‘ଜିନ୍ଦେଗୀନାମା’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ସେ ୟୁପିଏ ସରକାର ସମୟରେ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇଥିଲେ। ୨୦୧୫ରେ ଅସହିଷ୍ଣୁତା ପ୍ରସଙ୍ଗରେ ସେ ସାହିତ୍ୟ ଏକାଡେମୀ ପୁରସ୍କାର ଫେରାଇ ଦେଇଥିଲେ। କ୍ରିଷ୍ଣା ସୋବତୀ କବିତାରୁ ଲେଖିକ ଜୀବନ ଆରମ୍ଭ କରିଥିଲେ। ପରେ ସେ ଉପନ୍ୟାସ ଲେଖିବା ଉପରେ ମନୋନିବେଶ କରିଥିଲେ। ତାଙ୍କ ସ୍ୱରଚିତ କାହାଣୀଗୁଡ଼ିକ ‘ବାଦଲୋ କା ଘର’ରେ ସଂଗୃହିତ ହୋଇଛି। ତାଙ୍କ ଲିଖିତ ଉପନ୍ୟାସ ମଧ୍ୟରେ ‘ଡାର ସେ ବିଛୁଡ଼ି’, ‘ମିତ୍ରୋ ମରଜାନି’, ‘ୟାରୋ କେ ୟାର’, ‘ତିନ ପାହାଡ଼’, ‘ସୂରଜମୁଖୀ ଅନେ୍ଧରେ କେ’, ‘ସୋବତି ଏକ ସୋହବତ’, ‘ଜିନ୍ଦେଗିନାମା’, ‘ଏ ଲଡକି’, ‘ସମୟ ସରଗମ’, ‘ଜ୍ୟାନି ମେହରବା ସିଂହ’ ଆଦି ପ୍ରସିଦ୍ଧ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories