www.samajalive.in
Wednesday, December 10, 2025
14.1 C
Bhubaneswar

ମୁକ୍ତିଲାଭ କଲା ‘ଠାକରେ’

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଲୋକପ୍ରିୟ ନେତା ତଥା ଶିବସେନାର ପ୍ରତିଷ୍ଠାତା ବାଲ ଠାକରେଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଠାକରେ’ ଶୁକ୍ରବାର(୨୫ ଜାନୁଆରୀ) ସକାଳ ୪.୧୫ରେ ମୁକ୍ତିଲାଭ କରିଛି। ବଲିଉଡ଼ର ଏହା ପ୍ରଥମ ଚଳଚ୍ଚିତ୍ର ଯାହାକୁ ଏତେ ସକାଳୁ ମୁକ୍ତିଲାଭ କରା ଯାଇଛି। ଅଭିଜିତ୍‍ ପାନସେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ନବାଜୁଦ୍ଦିନ ସିଦ୍ଦିକୀ ବାଲ ଠାକରେଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଡ଼୍‍ ରିପୋର୍ଟ ଅନୁସାରେ, ‘ଠାକରେ’ ପ୍ରଥମ ଦିନରେ ୨.୭୫ ରୁ ୩ କୋଟି ଟଙ୍କାର ଆୟ କରିପାରେ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ, ଚଳଚ୍ଚିତ୍ରର ବଜେଟ୍‍ ୨୫ ରୁ ୩୦କୋଟି ଟଙ୍କା ରହିଛି ଓ ଏହାକୁ ପ୍ରାୟ ୧୩୦୦ ପରଦାରେ ମୁକ୍ତିଲାଭ କରାଯାଇଛି। ଚଳଚ୍ଚିତ୍ରଟି ଦୁଇଟି ଭାଷା ତଥା ହିନ୍ଦୀ ଓ ମରାଠୀରେ ମୁକ୍ତିଲାଭ ହୋଇଛି। ଚଳଚ୍ଚିତ୍ରରେ ଅମ୍ରିତା ରାଓ ଠାକରେଙ୍କ ପତ୍ନୀ ମୀନାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହିତ ସୁଧୀର ମିଶ୍ରା ଓ ଅବଦୁଲ କାଦିର ଅମୀନଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories