www.samajalive.in
Monday, December 15, 2025
24.1 C
Bhubaneswar

ତିନି ଦୁର୍ଘଟଣାରେ ୫ ଆହତ

ପାତ୍ରପୁର: ପାତ୍ରପୁର ଅଞ୍ଚଳରେ ଶୁକ୍ରବାର ତିନିଟି ପୃଥକ୍ ଦୁର୍ଘଟଣାରେ %ଜଣ ଆହତ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କେକୁହା ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବାଦପୁର ଗ୍ରାମର କୃତିବାସ ସେଠୀ ଏବଂ ସଞ୍ଜୁ ସେଠୀ ଆହତ ହୋଇଥିଲେ। ଗୁରୁତର ସଞ୍ଜୁଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ପାତ୍ରପୁରର ଜଣେ ମହିଳା ପ୍ରତିମା ମହାପାତ୍ରଙ୍କୁ ଏକ ବାଇକ ଧକ୍କା ଦେବା ଫଳରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ସେହିପରି ସନ୍ଧ୍ୟାରେ ବାଦପୁର ପେଟ୍ରୋଲ ପମ୍ପ ନିକଟରେ ଆନ୍ଧ୍ରପ୍ରଦେଶ ଅରଖପଦା ଗ୍ରାମର ତ୍ରିନାଥ ବେହେରା ଦୁର୍ଘଟଣାରେ ଆହତ ହୋଇଛନ୍ତି। ଫଳରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଡାକ୍ତରଖାନାକୁ ଅଣାଯାଇଥିଲା। ପାତ୍ରପୁର ଅଞ୍ଚଳରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଛି। ତେବେ ସନ୍ଧ୍ୟା ସମୟରେ ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁ ବହୁ ଦୁର୍ଘଟଣା ମଧ୍ୟ ଘଟୁଛି। ପୁଲିସ ନିୟମିତ ସନ୍ଧ୍ୟାରେ ଗାଡ଼ି ଯାଞ୍ଚ କଲେ ଦୁର୍ଘଟଣା କମିବା ସହ ଗାଡ଼ି ଚାଳକ ସଚେତନ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories