www.samajalive.in
Saturday, December 6, 2025
16.1 C
Bhubaneswar

ବେକରେ ରକା ପଶିଛି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ରାତିରେ ସଠିକ ଭାବେ ନ ଶୋଇବା ଦ୍ବାରା ବେଳେବେଳେ ବେକରେ ଦରଜ ଅନୁଭବ ହୋଇଥାଏ। ଅନେକ ସମୟରେ କମ୍ପ୍ୟୁଟର ସମ୍ମୁଖରେ ଅଧିକ ସମୟ ଧରି ବସିବା ଦ୍ବାରା ମଧ୍ୟ ବେକରେ ଦରଜ ଅନୁଭବ ହୋଇଥାଏ। ବେକରେ ରକା ପଶିବା ପରି ମଧ୍ୟ ଅନୁଭବ ହୋଇଥାଏ। ବେକରେ ରକା ପଶିବା ଦ୍ବାରା ଅନେକ କଷ୍ଟ ହୋଇଥାଏ। ଏଥିପାଇଁ ମୁଣ୍ଡବିନ୍ଧା, କାନ୍ଧ ଦରଜ ଓ ହାତରେ କଷ୍ଟ ହେବା ପରି ଲକ୍ଷଣ ଦେଖାଯାଇଥାଏ। କିଛି ଘରୋଇ ଉପାୟ ରହିଛି ଯାହାଦ୍ବାରା ଏପରି ସମସ୍ୟା ଦୂର ହୋଇଥାଏ।

ମସାଜ : ବେକରେ ରକା ପଶିଗଲେ ମସାଜ କରିବା ଏକ ଉତ୍ତମ ଉପାୟ ଅଟେ। ମସାଜ କରିବା ଦ୍ବାରା ମାଂସପେଶୀୟକୁ ଆରାମ ମିଳିଥାଏ। ଏହାସହ ରକ୍ତ ସଠିକ ଭାବେ ସଞ୍ଚାଳନ ହୋଇଥାଏ। ମସାଜ କରିବା ଦ୍ବାରା ରକାରୁ ମୁକ୍ତି ମିଳିଥାଏ। ସେଥିପାଇଁ ତେଲକୁ ଅଳ୍ପ ଗରମ କରି ରକା ଥିବା ସ୍ଥାନରେ ଲଗାଇ କିଛି ସମୟ ମସାଜ କରନ୍ତୁ। ଆପଣଙ୍କୁ ରକା ସମସ୍ୟା ମୁକ୍ତି ମିଳିବ।

- Advertisement -

ସେନ୍ଧା ଲୁଣ : ସେନ୍ଧା ଲୁଣରେ ମ୍ୟାଗ୍ନେସିୟମ ସଲଫେଟ ରହିଛି। ଏହା ବେକରେ ରକା ପଶିଗଲେ ସେଥିରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ। ଏହା ଶରୀରରେ ଏନଜାଇମକୁ ନିୟମିତ ରୂପେ କାର୍ଯ୍ୟକ୍ଷମ କରିଥାଏ। ବେକରେ ରକା ପଶିଥିଲେ ଏକ ପାତ୍ରରେ ଗରମ ପାଣି ନେଇ ସେଥିରେ ୨କପ ସେନ୍ଧା ଲୁଣ ମିଶାଇ ଦିଅନ୍ତୁ। ତାପରେ ରକା ପଶିଥିବା ସ୍ଥାନରେ ସେହି ଗରମ ପାଣିର ସେକ ଦିଅନ୍ତୁ। ଏପରି କରିବା ଦ୍ବାରା ଆରାମ ମିଳିଥାଏ।

ହଳଦି : ହଳଦିରେ ଆଣ୍ଟି-ଇଫଲେମେଣ୍ଟି ଗୁଣ ରହିଛି। ଏହା ବେକରେ ରକା ପଶିଥିଲେ ମୁକ୍ତି ଦେବାରେ ସକ୍ଷମ ହୋଇଥାଏ। ହଳଦିର ବ୍ୟବହାର ଦ୍ବାରା ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ। ସେଥିପାଇଁ ଏକ କପ କ୍ଷୀରରେ ୧ଚାମଚ ହଳଦି ପାଉଡର ମିଶାଇ ଦିନକୁ ଦୁଇ ଥର ପିଅନ୍ତୁ। ଏପରି କରିବା ଦ୍ବାରା ରକା ସମସ୍ୟାରୁ ମୁକ୍ତି ମିଳିଥାଏ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories