www.samajalive.in
Saturday, December 6, 2025
23.1 C
Bhubaneswar

ନୂଆବର୍ଷ ୨୦୨୫ : ଶନି କରିବେ ଓଲଟା ଚଳନ, ଏହି ରାଶି ହେବେ ମାଲାମାଲ୍‌, ମିଳିବ ସରକାରୀ ଚାକିରି..

ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହ ଓଲଟା ଚଳନ କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । କାରଣ ଶନି ଦେବତା କର୍ମଫଳଦାତା ଓ ନ୍ୟାୟର ଦେବତା । ସଭିଁଙ୍କ କର୍ମ ଅନୁଯାୟୀ ହିଁ ଶନିଦେବତା ଫଳ ପ୍ରଦାନ କରି ଥାଆନ୍ତି । ତେବେ ଜାଣନ୍ତୁ ୨୦୨୫ ନୂଆବର୍ଷରେ କେବେ ଓଲଟା ଚଳନ କରିବେ ଶନିଦେବତା ଓ କେଉଁ ରାଶି ହେବେ ଭାଗ୍ୟଶାଳୀ..

ଶନିଦେବତା କର୍ମ ଅନୁଯାୟୀ ଫଳ, ଆୟୁ, ରୋଗ, କଷ୍ଟ, ପ୍ରାକୃତିକ ବିପର୍ଯ୍ୟୟ, ଚାକିରି, ଲୁହା, କଳା ଜିନିଷ, ଲୋକତନ୍ତ୍ର, ଅପମାନ, ସେବାଭାବ ଆଦିର କାରକ ବୋଲି କୁହାଯାଏ । ଜ୍ୟୋତିଷ ଗଣନା ଅନୁସାରେ ନୂଆବର୍ଷ ୨୦୨୫ରେ ଶନିଦେବତା ପ୍ରାୟ ୧୩୮ ଦିନ ପର୍ଯ୍ୟନ୍ତ ଓଲଟା ଚଳନ କରିବେ । ୧୩ ଜୁଲାଇ ୨୦୨୫ରେ ସକାଳ ୯ଟା ୩୬ ମିନିଟରେ ଓଲଟା ଚଳନ କରିବେ ଓ ପୁଣି ୨୮ ନଭେମ୍ବର ୨୦୨୫ରେ ସକାଳ ୯ଟା ୨୦ ମିନିଟରେ ସିଧା ଚଳନ କରିବେ ।

- Advertisement -

ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ ମାନସିକ ଭାବେ ମଜଭୁତ ହେବେ । ଯେକୌଣସି ପରିସ୍ଥିତିର ସାମ୍ନା କରିବେ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ସଠିକ୍‌ ନିଷ୍ପତ୍ତି ନେବା ସହ ଆୟରେ ବୃଦ୍ଧି ହେବ । ଦରମା ବୃଦ୍ଧିର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଯେଉଁମାନେ ଚାକିରି କରି ନାହାଁନ୍ତି, ସେମାନଙ୍କର ନୂଆ ଚାକିରିର ମଧ୍ୟ ଯୋଗ ରହିଛି । ହଠାତ୍‌ ଧନ ଲାଭ ହେବ । ଅଟକି ଥିବା କାମ ପୂରଣ ହେବ । ପୁରୁଣା ରୋଗ ଦୂର ହେବ ।

ତୁଳା – ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଲକ୍ଷ୍ୟ ପ୍ରାପ୍ତି କରିବାର ସହାୟକ ହେବ । ଚାକିରି ଓ ପଦନ୍ନୋତିର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ବିଦେଶ ଯାତ୍ରା କରିବାର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କୁ ମଧ୍ୟ ସଫଳତା ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ । ପରିବାର ସଦସ୍ୟଙ୍କ ସହ ହସଖୁସିର ବାତାବରଣ ରହିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଚିନ୍ତା ଦୂର ହେବ ।

ଘର ପୋଛିବା ସମୟରେ ଆପଣନ୍ତୁ ଏହି ବାସ୍ତୁ ନିୟମ: ସର୍ବଦା ରହିବ ମା’ଲକ୍ଷ୍ମୀଙ୍କ କୃପା..

ଧନୁ – ହଠାତ୍‌ ଧନ ପ୍ରାପ୍ତି ହେବ । ଅଟକି ଥିବା କାମ ପୂରଣ ହେବ । ପରିଶ୍ରମ କରି ସଫଳତା ପାଇବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ପୁରୁଣା ନିବେଶରୁ ଲାଭ ମିଳିବ । ବ୍ୟବସାୟରେ ବୃଦ୍ଧି ହେବ । ସରକାରୀ ଚାକିରି ମିଳିବାର ମଧ୍ୟ ଯୋଗ ରହିଛି । ଅଣ୍ଟା ଯନ୍ତ୍ରଣା ଓ ଶିରାପ୍ରଶିରା ସମସ୍ୟା ଥିଲେ ଦୂର ହେବ ।

ମକର- ମାନସିକ ଶାନ୍ତି ମିଳିବ । ନୂଆ ନୂଆ ଚିନ୍ତା ଧାରା ସହ ସଫଳତା ପାଇବେ । କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ । ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଦରମା ବୃଦ୍ଧି ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସମୟ ଶୁଭଙ୍କର ରହିଛି । ହଠାତ୍‌ ଧନ ପ୍ରାପ୍ତି ହେବ । ଅଟକି ଥିବା କାମ ପୂରଣ ହେବ । ପ୍ରେମ ସମ୍ପର୍କ ମଜଭୁତ ହେବା ସହ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କୁମ୍ଭ- ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ସହକର୍ମୀଙ୍କ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ । ବ୍ୟବସାୟୀ ଲାଭବାନ୍‌ ହେବେ । ପରିବାର ଲୋକଙ୍କ ସହ ହସଖୁସିରେ ସମୟ ବିତାଇବେ । ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ସମୟ ଅନୁକୂଳ ରହିଛି ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories