www.samajalive.in
Monday, December 15, 2025
27.1 C
Bhubaneswar

ବିଶୃଙ୍ଖଳା ପାଇଁ ତାଗିଦ କରିବାରୁ ସ୍କୁଲ ଅଧ୍ୟକ୍ଷଙ୍କୁ ଗୁଳିକଲା ଛାତ୍ର

ସମାଜ ଡିଜିଟାଲ ଡେସ୍କ: ଛାତ୍ରଙ୍କ ମଧ୍ୟରେ ଆପରାଧିକ ମାନସିକତା ବୃଦ୍ଧି ପାଇବାରେ ଲାଗିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଜଣେ ଦ୍ଵାଦଶ ଶ୍ରେଣୀର ଛାତ୍ର ସ୍କୁଲ ଅଧ୍ୟକ୍ଷଙ୍କୁ ଓ୍ବାଶରୁମ ଭିତରେ ଗୁଳି କରି ହତ୍ୟା କରିଛି। ଛାତ୍ର ଜଣକ ଅତି ନିକଟରୁ ଅଧ୍ୟକ୍ଷଙ୍କ ମୁଣ୍ଡକୁ ଗୁଳି କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି।

ହତ୍ୟାର ଶିକାର ହୋଇଥିବା ଅଧ୍ୟକ୍ଷ ଜଣକ ହେଉଛନ୍ତି ୫୫ ବର୍ଷୀୟ ସୁରେନ୍ଦ୍ର କୁମାର ସକସେନା। ସେ ଅତ୍ୟନ୍ତ ଦୟାଳୁ ସ୍ଵଭାବର ବୋଲି ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କହିଛନ୍ତି। ଅଭିଯୁକ୍ତ ଛାତ୍ରର ଘର ବିଦ୍ୟାଳୟଠାରୁ ୧୦ କିଲୋମିଟର ଦୂର ଏକ ଗ୍ରାମରେ। ବିଶୃଙ୍ଖଳିତ ଆଚରଣ ପାଇଁ ସୁରେନ୍ଦ୍ର ସମ୍ପୃକ୍ତ ଛାତ୍ରକୁ ଅନେକ ଥର ତାଗିଦ କରିଥିଲେ। ଏପରି କି ତା’ର ବାପାକୁ ମଧ୍ୟ ଜଣାଇଥିଲେ।

- Advertisement -

ଶୁକ୍ରବାର ଦିନ ପୁନର୍ବାର ସୁରେନ୍ଦ୍ର ଉକ୍ତ ଛାତ୍ରକୁ ତାଗିଦ କରିବା ସହିତ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଚେତାବନୀ ଦେଇଥିଲେ। ଏହାର କିଛି ସମୟ ପରେ ସୁରେନ୍ଦ୍ର ଓ୍ବାଶରୁମକୁ ଯାଇଥିଲେ। ଛାତ୍ର ଜଣକ ବି ତାଙ୍କୁ ପିଛା କରି ଓ୍ବାଶରୁମକୁ ଯାଇଥିଲା। ସେଠାରେ ସେ ସୁରେନ୍ଦ୍ରଙ୍କୁ ଗୁଳିକରି ହତ୍ୟା କରିଥିଲା। ଏହା ପରେ ଉତ୍ତରପ୍ରଦେଶ ସୀମାନ୍ତ ବରେଲି ଫେରାର ହୋଇଯାଇଥିଲା। ପୁଲିସ ସେଠାରୁ ଅଭିଯୁକ୍ତ ଛାତ୍ରକୁ ଧରି ପଚରାଉଚରା ଚଳାଇଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories