www.samajalive.in
Sunday, December 14, 2025
26.1 C
Bhubaneswar

ଘର ପୋଛିବା ସମୟରେ ଆପଣନ୍ତୁ ଏହି ବାସ୍ତୁ ନିୟମ: ସର୍ବଦା ରହିବ ମା’ଲକ୍ଷ୍ମୀଙ୍କ କୃପା..

ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ ସଫା-ସୁତୁରା ରଖିବାର ଅନେକ ମହତ୍ତ୍ୱ ରହିଛି । ଏହା ପରିବାର ସଦସ୍ୟଙ୍କ ପାଇଁ ଶୁଭଙ୍କର ହେବା ସହ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଓ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ମାତ୍ର ଘର ପୋଛିବାର ଶୈଳୀ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ ବର୍ଣ୍ଣନା କରାଯାଇଛି । ଏହି ନିୟମରେ ଘର ପୋଛିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ହେବା ସହ ଅନେକ ସମସ୍ୟା ଦୂର ହେବ ।
ଘର ପୋଛିବାର ବାସ୍ତୁ ନିୟମ..
ବାସ୍ତୁ ଅନୁସାରେ ଘର ପୋଛିବା ସର୍ବଦା ଉତ୍ତର-ପୂର୍ବ ଦିଗରୁ ଆରମ୍ଭ କରି ଦକ୍ଷିଣ-ପଶ୍ଚିମ ଦିଗ ପର୍ଯ୍ୟନ୍ତ ହେବା ଆବଶ୍ୟକ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।
ଘର ପୋଛିବାର ଶୁଭ ସମୟ ସକାଳ । ଏହା ଶୁଦ୍ଧତାର ପ୍ରତୀକ । ରାତିରେ ଘର ପୋଛିବା ଦ୍ୱାରା ଅଶୁଭ ହେବା ସହ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି ।

ନୂଆବର୍ଷ ୨୦୨୫ରେ ବୃହସ୍ପତିଙ୍କ ଚଳନ : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ.. କାହାର ବଢିବ ଦରମା, ସଫଳତା..

- Advertisement -

ଘର ପୋଛିବା ସମୟରେ ସପ୍ତାହକୁ ଥରେ ପାଣିରେ ସାମାନ୍ୟ ଲୁଣ ନିଶ୍ଚୟ ପକାନ୍ତୁ । ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ କଳହ ଓ ଅଶାନ୍ତି ଦୂର ହୋଇଥାଏ ।
ଘର ପୋଛିବା ପାଇଁ ଅପରିଷ୍କାର କପଡା ବ୍ୟବହାର କରନ୍ତୁ ନାହିଁ ।
ଘର ପୋଛାକୁ ଶୁଖାଇବା ପରେ ସର୍ବଦା ଘର ଭିତରେ ହିଁ ରଖନ୍ତୁ ।
ଘର ପୋଛିବା ସମୟରେ କ୍ରୋଧ କରନ୍ତୁ ନାହିଁ ।
ଏହି ନିୟମର ପାଳନ କରିବା ଦ୍ୱାରା ଘରେ ସର୍ବଦା ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories