ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ – ଉଚ୍ଚଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ଯାତ୍ରାରେ ବନ୍ଦ ହେବ ପରିବେଷଣ ହେଉଥିବା ଅଶ୍ଳୀଳତା । ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟ ଯୋଗୁଁ ସମାଜ ଉପରେ ଏହାର କୁପ୍ରଭାବ ପଡୁଛି । ଏହାସହ ପଥଭ୍ରଷ୍ଟ ହେଉଛନ୍ତି ଯୁବ ସମାଜ । ଏନେଇ ଶୁକ୍ରବାର ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ଯାତ୍ରାରେ ଚାଲୁଥିବା ଅଶ୍ଳୀଳ ନୃତ୍ୟ ଖୁବ୍ ଶୀଘ୍ର ବନ୍ଦ ହେବ । ଏଥିପାଇଁ ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା । ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।
ନୂଆବର୍ଷ ୨୦୨୫ରେ ବୃହସ୍ପତିଙ୍କ ଚଳନ : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ.. କାହାର ବଢିବ ଦରମା, ସଫଳତା..
ଘର ପୋଛିବା ସମୟରେ ଆପଣନ୍ତୁ ଏହି ବାସ୍ତୁ ନିୟମ: ସର୍ବଦା ରହିବ ମା’ଲକ୍ଷ୍ମୀଙ୍କ କୃପା..
Comments are closed.