www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ‘ରଖେ ହରି ତ ମାରେ କିଏ’, ଯୁବକଙ୍କ ଉପରେ ଚଢିଗଲା ବସ୍‌, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିିତ କରିବା ସହ ସହଜରେ ବିଶ୍ୱାସ ହୋଇନଥାଏ । ନିକଟରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ, ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଦ୍ରୁତ ଗତିରେ ମଧ୍ୟ ଭାଇରାଲ୍‌ ହେଉଛି । ଯାହାକୁ ଦେଖି ଅନେକ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ କହିଛନ୍ତି ‘ରଖେ ହରି ତ ମାରେ କିଏ’ ।


ଭିଡିଓରେ ଜଣେ ଯୁବକ ବସ୍‌ ଷ୍ଟାଣ୍ଡରେ ରଖାଯାଇଥିବା ଚେୟାର ଉପରେ ବସିଛନ୍ତି । ସେ ନିଜ ମୋବାଇଲ୍‌ ଫୋନ୍‌ ଦେଖୁଛନ୍ତି । ମାତ୍ର ସେହି ସମୟରେ ଏପରି କିଛି ଘଟିଲା ଯେ ଲୋକେ ଖୁବ୍‌ ଜୋରରେ ଚିତ୍କାର କଲେ । ଚେୟାରରେ ବସିଥିବା ଯୁବକଙ୍କ ଉପରେ ଏକ ବସ୍‌ ସମ୍ପୂର୍ଣ୍ଣ ଭାବେ ଚଢିଯାଉଛି । ଭାଇରାଲ୍‌ ହେଉଥିବା ଏହି ଭିଡିଓ କେରଳର ବୋଲି କୁହାଯାଉଛି ।
ମିଳିଥିବା ସୂଚନାନୁଯାୟୀ, କୁମିଲୀ ଗାଁର ବାସିନ୍ଦା ବିଷ୍ଣୁ ଡିସେମ୍ବର ୨ ତାରିଖ ସନ୍ଧ୍ୟାରେ ଇଡୁକ୍କୀ-କଟ୍ଟାପ୍ପନା ବସ୍‌ ଷ୍ଟାଣ୍ଡରେ ବସି ନିଜ ଫୋନ୍‌ ଦେଖୁଥିଲେ ।

ନୂଆବର୍ଷ ୨୦୨୫ରେ ବୃହସ୍ପତିଙ୍କ ଚଳନ : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ.. କାହାର ବଢିବ ଦରମା, ସଫଳତା..

- Advertisement -

ସେହି ସମୟରେ ହଠାତ୍‌ ଏକ ବସ୍‌ ଧିରେ ଧିରେ ଆଗକୁ ଆସିବା ସହ ଯୁବକଙ୍କ ଛାତି ଉପରେ ଚଢିଯାଉଛି। ଏହା ଦେଖି ଲୋକେ ଜୋରରେ ଚିତ୍କାର କରିବା ସହ ପାଟିତୁଣ୍ଡ କରିଥିଲେ । ଯୁବକଙ୍କୁ ରକ୍ଷା କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଯୁବକ ଜଣଙ୍କ ଗୁରୁତର ଆହତ ହୋଇନଥିବା ବେଳେ ସୌଭାଗ୍ୟବଶତଃ ବଡ ଅଘଟଣରୁ ରକ୍ଷା ପାଇଯାଇଛନ୍ତି ବୋଲି ଲୋକେ କହିଛନ୍ତି । ୨୫ ସେକେଣ୍ଡର ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ – ଉଚ୍ଚଶିକ୍ଷା ମନ୍ତ୍ରୀ

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories