www.samajalive.in
Saturday, December 6, 2025
23.1 C
Bhubaneswar

‘ଆରଆରଆର’ ରେକର୍ଡ଼ ଭାଙ୍ଗିଲା ‘ପୁଷ୍ପା ୨’: ଚମକାଇ ଦେବ ପ୍ରଥମ ଦିନ ଆୟ

ସମାଜ ଡିଜିଟାଲ ଡେସ୍କ: ଅଲ୍ଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍‌’ ଡିସେମ୍ବର ୫ରେ ପରଦାକୁ ଆସିଛି। ସୁକୁମାର ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦାନା ଓ ଫହାଦ ଫାସିଲ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏବେ ସମସ୍ତଙ୍କ ନଜର ଏହି ଚର୍ଚ୍ଚିତ ଚଳଚ୍ଚିତ୍ରର ପ୍ରଥମ ଦିନର ଆୟ ଉପରେ। ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଏହି ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ଜବରଦସ୍ତ ଆୟ କରିଛି। ଗୁରୁବାର ପ୍ରଥମ ଦିନରେ ଏହି ଫିଲ୍ମ ଏସଏସ ରାଜାମୌଲୀଙ୍କ ଓସ୍କାର ବିଜୟୀ ଚଳଚ୍ଚିତ୍ର ‘ଆରଆରଆର’କୁ ପଛରେ ପକାଇ ବକ୍ସ ଅଫିସରେ ଆୟ କ୍ଷେତ୍ରରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି। ପ୍ରାୟ ୫୦୦ କୋଟି ଟଙ୍କାର ବଜେଟ୍‌ରେ ନିର୍ମିତ ‘ପୁଷ୍ପା ୨’ ପ୍ରଥମ ଦିନରେ ମୋଟ୍‌ ୧୭୫.୧ କୋଟି ଟଙ୍କା ଆୟ କରିଛି। ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼, ମାଲାୟାଲମ ଭାଷାରେ ୧୨ ହଜାର ପରଦାରେ ମୁକ୍ତିଲାଭ କରିଛି ଏହି ଚଳଚ୍ଚିତ୍ର।

‘ପୁଷ୍ପା ୨: ଦି ରୁଲ୍‌’ ସ୍ପେଶାଲ ସ୍କ୍ରିନିଂରେ ୧୦.୧ କୋଟି ଟଙ୍କା ଆୟ କରିଛି। ଏଥିସହ ଭାରତୀୟ ବକ୍ସ ଅଫିସ୍ ଟିକେଟ୍ ୱିଣ୍ଡୋରେ ୧୬୫ କୋଟି ଟଙ୍କାର ଆୟ କରିଛି। ଏହିଭଳି ଭାବେ ପ୍ରଥମ ଦିନରେ ମୋଟ୍‌ ଆୟ ୧୭୫.୧ କୋଟି ​‌ଟଙ୍କା ଆୟ କରିଛି। ପ୍ରଥମ ଦିନରେ ତେଲୁଗୁରେ ୯୫.୧ କୋଟି, ହିନ୍ଦୀରେ ୬୭ କୋଟି, ତାମିଲରେ ୭ କୋଟି, କନ୍ନଡ଼ରେ ୧ କୋଟି ଏବଂ ମାଲାୟାଲମ ଭାଷାରେ ୫ କୋଟି ଟଙ୍କା ଆୟ କରିଛି ‘ପୁଷ୍ପା ୨’। ‘ଆରଆରଆର’କୁ ବିପୁଳ ବ୍ୟବଧାନରେ ପଛରେ ପକାଇଛି ‘ପୁଷ୍ପା ୨: ଦି ରୁଲ୍‌’। ରାମ ଚରଣ, ଜୁନିୟର ଏନଟିଆରଙ୍କ ଫିଲ୍ମ ଭାରତରେ ପ୍ରଥମ ଦିନରେ ୧୩୩ କୋଟି ଟଙ୍କା ଆୟ କରିଥିଲା।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories