www.samajalive.in
Saturday, December 6, 2025
16.1 C
Bhubaneswar

ପୋଲାଭରମ୍‌ ସମସ୍ୟା: କେନ୍ଦ୍ରୀୟ ଜଳ ଆୟୋଗରେ ନାହିଁ ବୁଡ଼ି ଅଞ୍ଚଳ ତଥ୍ୟ

ନୂଆଦିଲ୍ଲୀ: ପୋଲାଭରମ୍‌ ପ୍ରକଳ୍ପ ପଛୁଆ ଜଳ ସମସ୍ୟା ଯୋଗୁଁ ଆଗାମୀ ଦିନରେ ମାଲକାନଗିରି ଜିଲାରେ ସୃଷ୍ଟି ହେବାକୁ ଥିବା ସମସ୍ୟାର ସମାଧାନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ଦିଲ୍ଲୀରେ ବିଜେଡି ପ୍ରତିନିଧି ଦଳ ଦାବି କରିଛି।

ଦିଲ୍ଲୀଗସ୍ତର ତୃତୀୟ ଦିନରେ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁସନ କ୍ଲବଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାଗଣ ଦର୍ଶାଇଛନ୍ତି ଯେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ସଚିବ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷଙ୍କୁ ଭେଟି ପୋଲାଭରମ୍‌ ପ୍ରକଳ୍ପ ସମସ୍ୟା ନେଇ ରାଜ୍ୟବାସୀଙ୍କ ଚିନ୍ତା ବିଷୟରେ ଅବଗତ କରାଇଥିଲୁ।

- Advertisement -

କିନ୍ତୁ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ସନ୍ତୋଷଜନକ ନଥିଲା। ପୋଲାଭରମ୍‌ ପ୍ରକଳ୍ପ ଯୋଗୁଁ ରାଜ୍ୟର କେଉଁ ଅଞ୍ଚଳରେ ବୁଡ଼ି ପରିସ୍ଥିତି ସୃଷ୍ଟି ହେବ ସେ ବିଷୟରେ ପ୍ରତିନିଧି ଦଳ କେନ୍ଦ୍ରୀୟ ଜଳ ଆୟୋଗଙ୍କଠାରୁ ତଥ୍ୟ ଲୋଡ଼ିଥିଲେ। କିନ୍ତୁ ଆୟୋଗ ନିକଟରେ କୌଣସି ତଥ୍ୟ ଉପଲବ୍ଧ ନଥିଲା ବୋଲି ବିଜେଡି ନେତାମାନେ କହିଥିଲେ। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଲାଗି ୨୦୨୬ ମାର୍ଚ୍ଚ ଲକ୍ଷ୍ୟ ରଖାଯାଇଛି। ଏହାପୂର୍ବରୁ ସମସ୍ୟାର ସମାଧାନ ହେବା ଜରୁରୀ।

ପ୍ରକଳ୍ପ ଯୋଗୁଁ ଓଡ଼ିଶାର ସ୍ବାର୍ଥ ବ୍ୟାହତ ହେଲେ ବରଦାସ୍ତ କରାଯିବ ନାହିଁ। ନ୍ୟାୟ ନମିଳିଲେ ଓଡ଼ିଶାବାସୀ ଆନ୍ଦୋଳନ ପାଇଁ ବାଧ୍ୟ ହେବେ। ଦିଲ୍ଲୀ ଗସ୍ତ ସମ୍ପର୍କିତ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦିଆଯିବ ବୋଲି ପ୍ରତିନିଧି ଦଳ ସୂଚନା ଦେଇଛନ୍ତି।

କେନ୍ଦ୍ରୀୟ ଜଳ ଆୟୋଗ ସହ ଆଲୋଚନା ବିଷୟରେ ବିଜେଡି ନେତାମାନେ କହିଛନ୍ତି ଯେ ପଡ଼ୋଶୀ ଓଡ଼ିଶା ଓ ଛତିଶଗଡ଼ରେ ପଛୁଆ ଜଳ ସମସ୍ୟାର ପ୍ରଭାବ ବିଷୟରେ ଆକଳନ ନକରି ଆନ୍ଧ୍ର ପ୍ରଦେଶର ପୋଲାଭରମ୍‌ ପ୍ରକଳ୍ପରେ ୫୦ ଲକ୍ଷ କ୍ୟୁସେକ୍‌ ବନ୍ୟା ନିଷ୍କାସନ କ୍ଷମତାକୁ ମଞ୍ଜୁରି ମିଳିଛି। ରୁର୍‌‌କୀ ଆଇଆଇଟି ଅଧ୍ୟୟନ ଅନୁଯାୟୀ ୫୮ ଲକ୍ଷ କ୍ୟୁସେକ୍‌ ବନ୍ୟା ପରିସ୍ଥିତି ହେଲେ ଓଡ଼ିଶା ଅଞ୍ଚଳରେ ବଡ଼ଧରଣର ବିପର୍ଯ୍ୟୟ ଘଟିପାରେ। ଏଥିପାଇଁ ପଛୁଆ ଜଳ ସମସ୍ୟାର ପୁଣି ଥରେ ଅଧ୍ୟୟନ ସହ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ବିଜେଡି ପ୍ରତିନିଧି ଦଳ ଦାବି କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories