www.samajalive.in
Tuesday, December 9, 2025
26.1 C
Bhubaneswar

ଶ୍ରୀ କାଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ରତ୍ନମୁଦ 

ଲଡୁଗାଁ : କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗ୍ରାମରେ ନବ ନିର୍ମିତ ଶ୍ରୀ ଶ୍ରୀ  କାଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ରତ୍ନମୁଦ ମହାଆଡମ୍ବରରେ ସମ୍ପନ୍ନ ହୋଇଯାଇଛି  । ରତ୍ନମୁଦ ଉତ୍ସବ ଅବସରରେ ଶୁକ୍ରବାର ସକାଳରୁ ଓଲମା  ଗ୍ରାମରେ ନାମ ସଂକୀର୍ତ୍ତନ ସହ ଭକ୍ତିମୟ ପରିବେଶ ମଧ୍ୟରେ ମନ୍ଦିର ପରିସରରେ ରତ୍ନମୁଦ ବିଧିରେ  ମୁଖ୍ୟ ପୂଜକ ଗୋପାଳ ଜୀ ଠାକୁର ଓ ଶ୍ରୀପତି ଠାକୁର ଶ୍ରୀ କାଳେଶ୍ୱର ମହାଦେବଙ୍କ ପଞ୍ଚାକ୍ଷର ମନ୍ତ୍ର ସହ  ପୂଜାର୍ଚ୍ଚନା କରିଥିଲେ । ପୂଜାକର୍ତ୍ତା ଭାବେ ଲଡୁଗାଁ ଗ୍ରାମର କମଳ ଅଗ୍ରୱାଲ ସପତ୍ନୀକ ଯୋଗ ଦେଇଥିଲେ।  ଶ୍ରୀ କାଳେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୁମନ୍ତ କୁମାର ଅଗସ୍ତି, ସଞ୍ଜୀବ କୁମାର ପଣ୍ଡା, ସୁମନ୍ତ ଅଗସ୍ତି, ଅଚ୍ୟୁତ କୁମାର ସାହୁ, ଧନଞ୍ଜୟ ସାହୁ, ଆଶିଷ କୁମାର ପଣ୍ଡା, ତ୍ରିନାଥ ଶବର ସମେତ ମନ୍ଦିର ପୂଜକ ନିତ୍ୟାନନ୍ଦ ଶବର ଗ୍ରାମବାସୀମାନେ ଉପସ୍ଥିତ ରହି ରତ୍ନମୁଦ ଉତ୍ସବର ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ରତ୍ନମୁଦ ବିଧି ଦେଖିବା ପାଇଁ ହଜାର ହଜାର ଭକ୍ତ  ଉପସ୍ଥିତ ରହି ପ୍ରଭୁ କୃପା ସାନିଧ୍ୟ ଲାଭ କରିଥିଲେ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories