ଚାକୁଣ୍ଡାପାଳରେ ଆୟୁଷ୍ମାନ ଆରୋଗ୍ୟ ଶିବିର

ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ଚାକୁଣ୍ଡାପାଳ ସ୍ବାସ୍ଥ୍ୟ ଉପକେନ୍ଦ୍ରଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଚାକୁଣ୍ଡାପାଳ ସରପଞ୍ଚ ରକ୍ଷାମଣି ନାଏକ ଫିତାକାଟି ଉଦଘାଟନ କରିଥିଲେ। ଶିବିରରେ ଡାକ୍ତର ପ୍ରଜ୍ଞା ପରିମିତା ମହାନ୍ତ ଓ ସିଏଚଓ ରିତା ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଖାପାଖି ୮୦ ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ସହିତ ମାଗଣାରେ ଔଷଧ ବିତରଣ କରଯାଇଥିଲା। ଏଥିରେ ଆଶାକର୍ମୀ ସ୍ୱର୍ଣ୍ଣପ୍ରଭା ନାଏକ ଓ ଯୋଗ ଶିକ୍ଷୟତ୍ରୀ ଦୀପ୍ତିମୟୀ ମହାନ୍ତ ସହଯୋଗ କରିଥିଲେ।

Comments are closed.