ଲାଦେରପାଲି ଛକରେ ଭାରସାମ୍ୟ ହରାଇ ଓଲଟିଲା ଆଇଚର୍ ଟ୍ରକ୍
ରେଙ୍ଗାଲିକ୍ୟାମ୍ପ : ବରଗଡ ଜିଲ୍ଲା ଅତାବିରା ମଧ୍ୟ ଦେଇ ଯାଇଥିବା ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର – ବରଗଡ ୱେ ଲାଦେରପାଲି ଛକ ଏଫସିଆଇ ସ୍ଥିତ ହନୁମାନ ମନ୍ଦିର ନିକଟରେ ଭୋର୍ ପାଖାପାଖି ୪ଟା ସମୟରେ ଭାରସାମ୍ୟ ହରାଇ ଆଇଚର୍ ୩୦୧୫ ଗାଡ଼ି ଓଲଟି ପଡିଛି। ରାଞ୍ଚିରୁ ୧୦ଟନ୍ ଷ୍ଟିଲ ତାର ବୋଝେଇ କରି ମହାରାଷ୍ଟ୍ର ଅଭିମୁଖେ ଯିବା ସମୟରେ ଲାଦେରପାଲି ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ସର୍ଭିସ୍ ରୋଡରେ ଟ୍ରକଟି ଓଲଟି ପଡ଼ି ଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଚାଳକ, ହେଲପର୍ ସମେତ ରାଜପଥରେ ଯାତାୟାତ କରୁଥିବା ଲୋକେ। ଟ୍ରକଟି ସର୍ଭିସ୍ ରୋଡରେ ପଡ଼ି ରହିଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଯିବା ଆସିବାରେ ବାଧା ପ୍ରାପ୍ତ ଦେଖାଦେଇଛି। ଚାଳକ ଅତୁଲ ଗାଡ଼ଗି (୩୪) ସାମାନ୍ୟ ଆହତ ହୋଇଥିବା ବେଳେ ହେଲପର୍ ସଂକେତ ମଲ୍ଲିକ (୩୩) ବର୍ତ୍ତି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅତାବିରା ପୁଲିସ ଓ ରାଜରାସ୍ତା ନିର୍ମାଣକାରୀ ସଂସ୍ଥାର ପାଟ୍ରୋଲିଂ ଟିମ୍ ପହଞ୍ଚି ଆହତ ଚାଳକଙ୍କୁ ଚିକିତ୍ସା କରିବା ସହ ପ୍ରାରମ୍ଭିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ୫ ରାଶିଙ୍କୁ ଭାଗ୍ୟଶାଳୀ କରିବେ ବୃହସ୍ପତି: ଧନର ବର୍ଷା ସହ ହେବ ବିବାହ..
ଦେଖନ୍ତୁ ଭିଡିଓ; ଜଗତସିଂହପୁର ଶିଆଳି ବେଳାଭୂମିରେ କୁମ୍ଭୀର, ଅଞ୍ଚଳବାସୀ,ପର୍ଯ୍ୟଟକ ଭୟଭୀତ..
Comments are closed.