www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ; ଜଗତସିଂହପୁର ଶିଆଳି ବେଳାଭୂମିରେ କୁମ୍ଭୀର, ଅଞ୍ଚଳବାସୀ,ପର୍ଯ୍ୟଟକ ଭୟଭୀତ..

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଶିଆଳି ବେଳାଭୂମିରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଯାହାକୁ ନେଇ ସ୍ଥାନୀୟଲୋକେ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ଶିଆଳି ବେଳାଭୂମିରେ ଲୋକେ ଭୟରେ ସମୁଦ୍ର ସ୍ନାନ କରୁ ନଥିବା ଦେଖିବାକୁ ମିଳିଛି। ଶିଆଳି ବେଳାଭୂମି ନିକଟ ଜଟାଧାରୀ ମୁହାଁଣରେ ଦେବୀନଦୀ ସମୁଦ୍ର ସହିତ ମିଶି ଥିବା ବେଳେ ନେହୁର ବଙ୍ଗଳା ନିକଟରେ ମହାନଦୀ ସମୁଦ୍ର ସହିତ ମିଶିଛି। ଫଳରେ ୮ଫୁଟ ଲମ୍ବର ଏକ କୁମ୍ଭୀର କେଉଁ ନଦୀବାଟ ଦେଇ ସମୁଦ୍ରକୁ ଆସିଥିବା ସନ୍ଦେହ କରାଯାଉଛି। ଗତକାଲି ଜଣେ ମତ୍ସ୍ୟଜୀବୀ ଶିଆଳି ବେଳାଭୂମି ନିକଟରେ ବସିଥିବା ବେଳେ ୮ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ସମୁଦ୍ର କୂଳରେ ଶୋଇଥିବା ଦେଖିବାକୁ ପାଇଥିଲେ। ହଠାତ୍‌ ମତ୍ସ୍ୟଜୀବୀ ଦେଖିବା କ୍ଷଣି କୁମ୍ଭୀରଟି ସମୁଦ୍ର ମଧ୍ୟକୁ ଚାଲି ଯାଇଥିଲା।

ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟଲୋକେ ଓ ପର୍ଯ୍ୟଟକମାନେ ଶିଆଳି ବେଳାଭୂମିରେ ସମୁଦ୍ର ସ୍ନାନ କରିବାକୁ ଭୟ କରୁଛନ୍ତି। ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିନ କୁଜଙ୍ଗ ବନ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ।

ନୂଆବର୍ଷ ୨୦୨୫ ଆରମ୍ଭରେ ଗଜଲକ୍ଷ୍ମୀ ରାଜଯୋଗ; ମା’ଲକ୍ଷ୍ମୀ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ହେବେ ମାଲାମାଲ୍‌..

- Advertisement -

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories