ଜଗତସିଂହପୁର : ଜଗତସିଂହପୁର ଆଳିପିଙ୍ଗଳ ଜେଲ ପାଚେରୀ ଡେଇଁ ଫେରାର ହୋଇ ଯାଇଥିବା ବାଲିକୁଦା ଥାନା ନାଗପୁର ପଞ୍ଚାୟତ ଅଧୀନ ଗଦେଇଗିରିର ଜୀବନ ଜ୍ୟୋତି ସାହୁ ଓରଫ ସମୀର ବୁଧବାର ସକାଳୁ ଉନ୍ମତ୍ତକାଣ୍ଡ ଘଟାଇଛି। ପୂର୍ବରୁ ସେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲରେ ଥିଲା । ମାତ୍ର ଗତବର୍ଷ ଏପ୍ରିଲ ୧୭ତାରିଖରେ ଜେଲ ପାଚେରୀ ଡେଇଁ ପଳାଇବାରେ ସକ୍ଷମ ହୋଇଥିଲା । ଫେରାର ସମୀର ଆଜି କଟୁରୀରେ ନିଜ ଆଈକୁ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ଆଈସଖୀ ସାହୁ(୭୫)ଙ୍କ ମୃତ୍ୟୁ ଘଟିଛି। ଏହାସହ ସମୀର ଉକ୍ତ ଦୁଷ୍କର୍ମ ପିଡୀତାର ମାଆ ,ପଡୋଶୀ ଓ ୬ ବର୍ଷର ଶିଶୁକୁ ମଧ୍ୟ ଆକ୍ରମଣ କରିଛି। ସେମାନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଉନ୍ମତ୍ତକାଣ୍ଡ ଘଟାଇ ସମୀର ଖସି ପଳାଇବା ପାଇଁ ଉଦ୍ୟମ କରୁଥିବା ସମୟରେ ଗାଁ ଲୋକେ ତାକୁ କାବୁ କରି ଦଉଡିରେ ବାନ୍ଧି ପକାଇଥିଲେ। ପରେ ଖବର ପାଇ ପୁଲିସ ପହଞ୍ଚି ସମୀରକୁ ଧରି ଥାନାକୁ ନେଇ ଅଟକ ରଖିଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି।
Popular Categories



