www.samajalive.in
Saturday, December 6, 2025
23.1 C
Bhubaneswar

ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ ; ଧରିଲା ଭିଜିଲାନ୍ସ

ଭଦ୍ରକ : ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଲାଞ୍ଚ ନେଉଥିଲେ,ଧରିଲା ଭିଜିଲାନ୍ସ ।୨୦୨୩ ମସିହାରୁ ନିଯୁକ୍ତି ମିଳିଥିଲେ ମଧ୍ୟ ଟଙ୍କା ମାଗୁଥିଲେ ସିଡ଼ିପିଓ । ଭଦ୍ରକ ସିଡ଼ିପିଓଙ୍କ ସହ ଜଣେ ଅଙ୍ଗନବାଡି ସୁପରଭାଇଜର ମଧ୍ୟ ଭିଜିଲାନ୍ସ କବଜାରେ ଧରାପଡିଛନ୍ତି।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ସରଗଡ଼ିଆ ଗାଁର ପ୍ରଶାନ୍ତ ସେଠୀଙ୍କ ଝିଆରୀ ଇତିଶ୍ରୀ ସେଠି ୧୪.୦୭.୨୦୨୩ ରେ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ପତ୍ର ପାଇବା ପରେ ମଧ୍ୟ ଭଦ୍ରକ ସିଡ଼ିପିଓ ସୁନନ୍ଦା ଦାସ ୫୦ ହଜାର ଟଙ୍କା ମାଗୁଥିଲେ । ଏନେଇ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କୁ ଅଭିଯୋଗ ହୋଇଥିଲା । ଗତକାଲି ରାତିରେ ୧୦ ହଜାର ଟଙ୍କା ପାଇଁ ଡିଲ ହୋଇଥିଲା । ଆଜି ସିଡ଼ିପିଓ ସୁନନ୍ଦା ଦାସ ଇତିଶ୍ରୀଙ୍କୁ ଡିଏସଡବ୍ଲ୍ୟୁଓ ଅଫିସ ନିକଟରେ ଟଙ୍କା ଦେବା ପାଇଁ କହିଥିଲେ । ସେଠାରେ ଜଣେ ସୁପରଭାଇଜର ସୁଲୋଚନା ବେହେରାଙ୍କୁ ଟଙ୍କା ଦେବା ପାଇଁ କହିଥିଲେ । ପରେ ଟଙ୍କା ଦେବା ପରେ ସୁନନ୍ଦାଙ୍କ ସହ ସୁପରଭାଇଜର ସୁଲୋଚନାଙ୍କୁ ଭିଜିଲାନ୍ସ ଟିମ କାବୁ କରିଥିଲା । ତାଙ୍କ ନିକଟରୁ ନଗଦ ୧୦ ହଜାର ଟଙ୍କା ଜବତ ହୋଇଛି । ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories