www.samajalive.in
Saturday, December 6, 2025
26.1 C
Bhubaneswar

ରେସ୍ତୋରାଁ ଚିକେନ ଥାଳିରେ ମଲା ମୂଷା; ଥାନାରେ ମାମଲା

ମୁମ୍ବଇ: ମହାରାଷ୍ଟ୍ରର ଏକ ରେସ୍ତୋରାଁ ଖାଦ୍ୟରେ ମଲା ମୂଷା ବାହାରିବା ଖବର ସାମ୍ନାକୁ ଆସିଛି। ଗ୍ରାହକ ଅନୁରାଗ ସିଂହଙ୍କ ଅଭିଯୋଗ ଆଧାରରେ ବାନ୍ଦ୍ରା ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି।

ଅଭିଯୋଗକାରୀ ଅନୁରାଗ ଦିଲୀପ ସିଂହଙ୍କ ଅନୁଯାୟୀ, ଅଗଷ୍ଟ ୧୩ ରେ ସେ ନିଜ ବନ୍ଧୁଙ୍କ ସହ ରାତ୍ରୀ ଭୋଜନ କରିବାକୁ ବାନ୍ଦ୍ରାସ୍ଥିତ ପାପା ପଞ୍ଚୋ ଦା ଢାବାକୁ ଯାଇଥିଲେ। ସେ ସେଠାରେ ଖାଇବା ଅର୍ଡର ଦେଇଥିଲେ। ରାତି ପ୍ରାୟ ୧୦ଟା ସମୟରେ ୱେଟର ଗୋଟିଏ ଚିକେନ୍ ପ୍ଲେଟ୍, ଗୋଟିଏ ମଟନ୍ ପ୍ଲେଟ୍, ଦୁଇଟି ଡାଲ୍ ମଖ୍‌ନୀ, ଦୁଇଟି ଦହି ମଟ୍‌କା ଏବଂ ଚାରିଟି ପରଟା ପରସି ଥିଲେ। ଖାଦ୍ୟ ଖାଇବାବେଳେ ଚିକେନ ଥାଳିରେ ଏକ ଅଲଗା ମାଂସ ଖଣ୍ଡ ଦେଖାଗଲା। ଅଭିଯୋଗକାରୀଙ୍କ କହିବାନୁସାରେ, ଭଲଭାବେ ନୀରିକ୍ଷଣ କରିବା ପରେ ସେ ଜାଣିଲେ ଯେ, ତାହା ଗୋଟିଏ ମଲା ମୂଷା ଛୁଆ। ଏହାପରେ ଯେତେବେଳେ ସେ ନିଜ ବନ୍ଧୁ ଅମିନ୍‌ଙ୍କୁ ଏହି ଖଣ୍ଡ ଦେଖାଇଥିଲେ, ସେ ମଧ୍ୟ କହିଥିଲେ ଯେ ଏହା ଏକ ମଲା ମୂଷା। ରେସ୍ତୋରାଁ ମ୍ୟାନେଜର୍‌ଙ୍କୁ ଏକଥା ପଚାରିବାରୁ ସେ କଥା ଏଡ଼ାଇଥିଲେ। ତେଣୁ ସେ ଯାଇ ବାନ୍ଦ୍ରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଉକ୍ତ ରେସ୍ତୋରାଁ ମ୍ୟାନେ‌ଜର୍‌ ଭିଭିୟନ୍‌ ଅଲବର୍ଟ ଶିକେରା ଓ ଚିକେନ୍‌ ସପ୍ଲାୟର ବିରୋଧରେ ମାମଲା ରୁଜୁ କରିଛି।

- Advertisement -

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories