www.samajalive.in
Saturday, December 6, 2025
15.1 C
Bhubaneswar

ବାତ୍ୟା ‘ଦାନା’ ପାଇଁ ପାରାଦୀପରେ ଶିଳ୍ପ ମନ୍ତ୍ରୀ, ଜିଲ୍ଲାପାଳଙ୍କ ସମୀକ୍ଷା..

ଜଗତସିଂହପୁର : ବାତ୍ୟା ‘ଦାନା’ ପାଇଁ ପାରାଦୀପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, ଜିଲ୍ଲାପାଳ ଜେ ସୋନାଲ ଓ ଏସପି ଭବାନୀ ଶଙ୍କର ଉଦ୍ଗାତ ଯୋଗଦେଇ ସମୀକ୍ଷା କରିଛନ୍ତି । ବାତ୍ୟା ସମୟରେ ପାରାଦୀପରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଶିଳ୍ପ ମନ୍ତ୍ରୀ ଗୁରୁତ୍ୱଆରୋପ କରିଛନ୍ତି । ସେହିପରି ଜିଲ୍ଲାପାଳ ଜେ ସୋନାଲ କହିଛନ୍ତି, ପାରାଦୀପରେ ବାତ୍ୟା ସମୟରେ ଶିଳ୍ପ ସଂସ୍ଥା ଗୁଡିକ ପ୍ରଶାସନକୁ ରିଲିଫ କାର୍ଯ୍ୟରେ ସହଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲାର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ କହିଛନ୍ତି, ଜିଲ୍ଲାର ପାରାଦୀପ ମ୍ୟୁନିସପାଲିଟି, କୁଜଙ୍ଗ, ଏରସମା, ବାଲିକୁଦା ଅଞ୍ଚଳରୁ ୮୫୦୦ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ବ୍ୟବସ୍ଥା ଥିବାବେଳେ ୫୧୪୩ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ୯୧ ଜଣ ଗର୍ଭବତୀ ମହିଳା ରହିଛନ୍ତି। ଆଶ୍ରୟସ୍ଥଳ ନିମନ୍ତେ ୧୫୦୦୦ ପାଣି ବୋତଲ ବ୍ୟବସ୍ଥା ରହିଛି। ଏହାଛଡା ୧ ଟି ମୋବାଇଲ ଟ୍ରିଟମେଣ୍ଟ ୟୁନିଟ, ୨୯ଟି ପାଣି ଟ୍ୟାଙ୍କ, ପ୍ରତ୍ୟେକ ବ୍ଲକ୍ ନିକଟରେ ଗୋଟିଏ ଜେସିବି, ଆବଶ୍ୟକ ପରିମାଣରେ ଔଷଧ ସମସ୍ତ ପିଏଚସି, ସି ଏଚ୍ ସି ପାଖରେ ମହଜୁଦ ଅଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏରସମା ବ୍ଲକରେ ଯୋଡି ହୋଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯାମିନୀ ଷଡ଼ଙ୍ଗୀ ଜିଲ୍ଲାର ସମସ୍ତ ପ୍ରସ୍ତୁତି ସଠିକ ସମୟ ଅନୁସାରେ ରହିଛି ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories