www.samajalive.in
Saturday, December 6, 2025
15.1 C
Bhubaneswar

ପାରାଦ୍ୱୀପଠାରୁ ୨୬୦ କି.ମି ଦୂରରେ ‘ଦାନା’: ସ୍ଥଳଭାଗ ଛୁଇଁବା ପୂର୍ବରୁ ପଡ଼ିବ ପ୍ରଭାବ

ସମାଜ ଡିଜିଟାଲ ଡେସ୍କ: ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ‘ଦାନା’। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହା ପାରାଦ୍ୱୀପଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୬୦ କି.ମି ଦୂରରେ ଥିବାବେଳେ ଧାମରାଠାରୁ ୨୯୦ କି.ମି ଦୂର ଏବଂ ସାଗରଦ୍ୱୀପଠାରୁ ଏବେ ଏହା ୩୫୦ କି.ମି ଦୂରରେ ରହିଛି। ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଗଲାଣି। ଗତ ୬ଘଣ୍ଟାରେ ୧୨ କି.ମି ବେଗରେ ଗତି କରୁଛି ବାତ୍ୟା ଦାନା। ଆଜି ମଧ୍ୟରାତି ଓ ଆସନ୍ତାକାଲି ସକାଳେ ଏହା ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ପୂର୍ବରୁ ଭିତରକନିକା ଓ ଧାମରାରେ ଏହାର ପ୍ରଭାବ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories