www.samajalive.in
Sunday, December 7, 2025
23.1 C
Bhubaneswar

ଏହି ଉପାୟରେ ଶରୀରରେ ହେଉଥିବା ଯନ୍ତ୍ରଣାରୁ ପାଆନ୍ତୁ ମୁକ୍ତି

ବହୁ ସମୟରେ ଆମେ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ଅନୁଭବ କରୁ। ବେଳେ ବେଳେ ରାତିରେ ଶୋଇବା ସମୟରେ ଭୁଲ ଢଙ୍ଗରେ ଶୋଇବା କାରଣରୁ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଫଳରେ ଆମର ବେକ ଠାରୁ ଅଣ୍ଟା ପର୍ଯ୍ୟନ୍ତ ଖୁବ ଯନ୍ତ୍ରଣା ହୋଇଥାଏ। ବହୁ ସମୟରେ ଭାରୀ ଦ୍ରବ୍ୟ ଉଠାଇଲେ ଏହି କଷ୍ଟ ଅଧିକ ଲାଗିଥାଏ। ଅଧିକାଂଶ ବେକର ମାଂସପେଶୀରେ ଏହି କଷ୍ଟ ଅଧିକ ହୋଇଥାଏ। ଏହି କାରଣରୁ ମଧ୍ୟ ମୁଣ୍ଡ ବିନ୍ଧା, ହାତ ଦରଜ ହେବା ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ତାହା କ’ଣ….
ମାଲିସ –
ତେଲକୁ ଗରମ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ଧୀରେ ଧୀରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। କିଛି ସମୟ ତେଲ ଲଗାଇ ମାଲିସ କରିବା ପରେ ବିଶ୍ରାମ ନିଅନ୍ତୁ। ଏହି ସମସ୍ୟା ଦୂର ହେବ।
ଲୁଣ ପାଣି ଓ ତେଲ –
ଗାଧୋଇବା ସମୟରେ ଅଳ୍ପ ଉଷୁମ ପାଣିରେ ୨ କପ ଲୁଣ ପକାଇ ଏହାକୁ ବେକ କିମ୍ବା ଯନ୍ତ୍ରଣା ହେଉଥିବା ସ୍ଥାନରେ ଢାଳନ୍ତୁ। ଏହା ପରେ ଅଳ୍ପ ତେଲ ଲଗାଇ କିଛି ସମୟ ରୁହନ୍ତୁ। ପରେ ଯେପରି ସାଧା ପାଣିରେ ଗାଧୋଇବା ଆବଶ୍ୟକ ଗାଧାନ୍ତୁ। ଏପରି ସପ୍ତାହକୁ ୩ ରୁ ୪ ଥର କରନ୍ତୁ। ରକା ରହିବା ସମୟରେ ହେଉ ଅଥବା ନିୟମିତ ହେଉଥିବା ଯନ୍ତ୍ରଣାରୁ ଏହା ମୁକ୍ତି ଦେଇଥାଏ।
ହଳଦୀ ଓ କ୍ଷୀର –
ହଳଦୀ ଓ କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଶରୀରରେ ହେଉଥିବା ସମସ୍ତ ପ୍ରକାରର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ କ୍ଷୀରରେ ୧ ଚାମଚ ହଳଦୀ ମିଶାଇ ନିୟମିତ ପିଅନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories