www.samajalive.in
Saturday, December 6, 2025
16.1 C
Bhubaneswar

୨୯କୋଟି ମୂଲ୍ୟର ଯନ୍ତ୍ର ଧରି ରେଳବାଇ ଖୋଜୁଛି ମୂଷା ଗାତ

ନୂଆଦିଲ୍ଲୀ: ବର୍ତ୍ତମାନ ଦିନରେ ଭାରତୀୟ ରେଳବାଇ ମୂଷା ଗାତ ଖୋଜିବାରେ ବ୍ୟସ୍ତ ରହୁଛି। ଜିପିଆର ଜ୍ଞାନକୌଶଳରେ ନିର୍ମିତ ଯନ୍ତ୍ର ଦ୍ୱାରା ରେଳ ରାସ୍ତା ତଳେ ନିର୍ମିତ ମୂଷା ଓ ଠେକୁଆ ଦ୍ୱାରା ନିର୍ମିତ ଗାତ ଖୋଜୁଛି ରେଳବାଇ। ଏହି ସବୁ ଗାତରେ ବର୍ଷା ଦିନରେ ପାଣି ଭର୍ତ୍ତି ହୋଇଯାଇ ଏକାଧିକ ରେଳ ଦୁର୍ଘଟଣା ଘଟୁଥିବାରୁ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ରେଳବାଇ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଯନ୍ତ୍ର ଦ୍ୱାରା ପ୍ରତି ଦିନ ୧୬୦କିମି ଦୂରତା ପର୍ଯ୍ୟନ୍ତ ରେଳ ରାସ୍ତାର ଅନୁନ୍ଧ୍ୟାନ କରାଯାଇ ପାରିବ। ଏହି ସର୍ଭେ ସମୟରେ ଉକ୍ତ ଯନ୍ତ୍ର ଟ୍ରାକ ଉପରେ ପଡ଼ିଥିବା ପଥରକୁ ସନ୍ତୁଳିତ କରିବା ସହ ତଳେ ଥିବା ମୂଷା ଗାତର ସନ୍ଧାନ ପ୍ରଦାନ କରିବ। ମୂଷା ଗାତ ଠାବ କରିବା ପରେ ଏହି ଯନ୍ତ୍ର ଏହାର ବିସ୍ତୃତ ରିପୋର୍ଟ ପ୍ରଦାନ କରିବ।

ପୂର୍ବରୁ ମଧ୍ୟ ରେଳବାଇ ମୂଷା ମାରିବା ପାଇଁ ଲକ୍ଷ୍ନୌ, ଭଟିଣ୍ଡା ପରି ଜୋନରେ ଲକ୍ଷାଧିକ ମୂଲ୍ୟର ଟେଣ୍ଡର ଦେଇଥିଲେ। ଏହା ଦ୍ୱାରା ମୂଷା ମରିଗଲା କିନ୍ତୁ ମୂଷା ଗାତ ଗୁଡ଼ିକ ଅକ୍ଷତ ରହିଗଲା।

- Advertisement -

୨୦୧୬-୧୭ରେ ଭାରତୀୟ ରେଳ ବରେଲି ଜଙ୍ଗସନରେ ମୂଷା ମାରିବାକୁ ୩ଲକ୍ଷ ଟଙ୍କାର ଟେଣ୍ଡର ଦେଇଥିଲେ। ସେହିପରି ମଧ୍ୟପ୍ରଦେଶର ରତଲାମ ଜଙ୍ଗସନରେ ମଧ୍ୟ ୪ଲକ୍ଷ ଟଙ୍କାର ଟେଣ୍ଡର ଦିଆଯାଇଛି। ତେବେ ଏହା ସତ୍ତ୍ୱେ ମୂଷା ସଂଖ୍ୟା କମି ନଥିଲା।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories