www.samajalive.in
Friday, December 5, 2025
23.1 C
Bhubaneswar

ଅନ୍ତଃରାଜ୍ୟ ବ୍ୟାଟେରୀ ଚୋରି ରାକେଟ୍‌ର ପର୍ଦ୍ଦାଫାସ,୪୭ ବ୍ୟାଟେରୀ ଜବତ, ୯ଗିରଫ

ପିପିଲି: ଉପକୂଳବର୍ତ୍ତି ଓଡିଶାରେ ଆତଙ୍କ ସୃଷ୍ଟି କରିଥିବା ଏକ ଅନ୍ତଃରାଜ୍ୟ ବ୍ୟାଟେରୀ ଚୋରି ରାକେଟ୍‌ର ପର୍ଦ୍ଦାଫାଶ କରିବାରେ ପିପିଲି ପୁଲିସକୁ ବଡ ସଫଳତା ମିଳିଛି। ଏହି ରାକେଟ୍‌ର ୯ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ମୋଟ୍‌ ୪୭ଟି ବ୍ୟାଟେରୀ, ଏକ କ୍ୱିଣ୍ଟାଲ ବ୍ୟାଟେରୀ ଲିଡ୍‌ ପାଉଡର, ଗୋଟିଏ କଳା ରଙ୍ଗର ସ୍କର୍ପିଓ, ଗୋଟିଏ ବୋଲେରୋ ଓ ଏକ ଅଟୋ ସମେତ ଅନ୍ୟାନ୍ୟ ସାମଗ୍ରୀକୁ ପୁଲିସ ଜବତ କରିଛି। ଗିରଫଙ୍କ ମଧ୍ୟରେ ଏକ ଦାମୀ ମୋବାଇଲ୍‌ ଟାୱାର କଂପାନୀର ଜଣେ କ୍ଲଷ୍ଟର ଇନ୍‌ଚାର୍ଜ ଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାକେଟ୍‌ର ମାଷ୍ଟର ମାଇଣ୍ଡ କୁହାଯାଉଥିବା ନିମାପଡା ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ଦଣ୍ଡିପୁର ତରବୋଇଶାସନ ଗ୍ରାମର ନୃସିଂହ ମଲ୍ଲିକ ଓରଫ ହାପି(୨୧), ନିମାପଡା ଥାନା ଧଳେଶ୍ୱର ନିକଟ ଉହାଙ୍ଗା ଗ୍ରାମର ଦୀପକ ମଲ୍ଲିକ (୨୭), ନିମାପଡା ଥାନା ଓହାଳ ଗ୍ରାମର ସମୀର ରଞ୍ଜନ ନାୟକ (୨୬), ନିମାପଡା ଥାନା ଧଳେଶ୍ୱର ନିକଟ ଅଲାଣ୍ଡି ଗ୍ରାମର ସୁଶାନ୍ତ କୁମାର ମଲ୍ଲିକ(୧୯), ନିମାପଡା ବିଷ୍ଣୁପୁର ଦେଉଳିସାହିର କବାଡିଆ ବିଜୟ କୁମାର ନାଥଶର୍ମା (୫୯), ପିପିଲି ଥାନା ମଙ୍ଗଳପୁର ବଧି ଗ୍ରାମର କବାଡିଆ ଉପେନ୍ଦ୍ର ନାଥ ଓରଫ ଉପ(୩୨), ବାଲିପାଟଣା ଥାନା ବନମାଳିପୁର ଗ୍ରାମର କବାଡିଆ ସନ୍ତୋଷ କୁମାର ମାଣିକ(୪୦), ପିପିଲି ଟିଚର୍ସ କଲୋନୀର କବାଡିଆ ନିଳମଣୀ କାଷ୍ଟା (୨୭) ଓ ଖୋର୍ଦ୍ଦା ଜିଲା ବାଙ୍କି ଥାନା କୁସପାଙ୍ଗି ସ୍ୱାଇଁ ଷ୍ଟ୍ରିଟ୍‌ର ପ୍ରଶାନ୍ତ କୁମାର ସ୍ୱାଇଁ(୩୩)। ସମସ୍ତ ଅଭିଯୁକ୍ତଙ୍କୁ ସୋମବାର ସଂନ୍ଧ୍ୟାରେ ପିପିଲି କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁୁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ରାକେଟ୍‌ର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କଟକ ମାଲଗୋଦାମ ଥାନା ଜୋବ୍ରା ଅଞ୍ଚଳର କବାଡିଆ ମହମ୍ମଦ ଅନ୍‌ୱର ଓରଫ ବାବୁ ଓ ପିପିଲି ଟିଚର୍ସ କଲୋନୀର ସୁମନ୍ତ କାଷ୍ଟାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

ପିପିଲି ଏସ୍‌ଡିପିଓ ଦିଲିପ କୁମାର ତ୍ରିପାଠୀ ଓ ଆଇଆଇସି ଶରତ କୁମାର ସାହୁ ସୋମବାର ସଂନ୍ଧ୍ୟାରେ ପିପିଲି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାଇ, ଗତ ଦୁଇମାସ ମଧ୍ୟରେ ପିପିଲି ଓ ନିମାପଡା ପୁଲିସ ଉପଖଣ୍ଡ ଅଞ୍ଚଳରେ ବିଭିନ୍ନ ମୋବାଇଲ୍‌ ଟାୱାର ଓ ଏଟିଏମ୍‌ରୁ ବ୍ୟାଟେରୀ ଚୋରି ବୃଦ୍ଧି ପାଇଥିବା ବେଳେ ଏହା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଏହି ରାକେଟ୍‌କୁ ଧରିବା ପାଇଁ ପୁରୀ ଏସ୍‌ପିଙ୍କ ନିର୍ଦ୍ଦେଶରେ ଓ ପିପିଲି ଏସ୍‌ଡିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ଆଇଆଇସି ଶ୍ରୀ ସାହୁଙ୍କ ନେତୃତ୍ୱରେ ବଳଙ୍ଗା, ଡେଲାଙ୍ଗ, କଣାସ ପୁଲିସକୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଥିଲା। ଗୋଟିଏ ବୋଲେରୋ ଗାଡିକୁ ଟାର୍ଗେଟ୍‌ କରି ବିଭିନ୍ନ ସ୍ଥାନରେ ପୁଲିସ ଚଢାଉ କରି ଏହି ରାକେଟ୍‌କୁ ଧରିବାରେ ସଫଳ ହୋଇଥିଲା। ଏହି ରାକେଟ୍‌ର ମାଷ୍ଟର ମାଇଣ୍ଡ ନିମାପଡାର ନୃସିଂହ ମଲ୍ଲିକ ହୋଇଥିବା ବେଳେ ସେ ଅତୀତରେ ଏକ ମୋବାଇଲ୍‌ ଟାୱାର କମ୍ପାନୀର ଗାଡି ଡ୍ରାଇଭର ଭାବେ କାମ କରୁଥିଲା। ତାର ସମସ୍ତ ସହଯୋଗୀମାନେ ମଧ୍ୟ ଗାଡି ଡ୍ରାଇଭର ହୋଇଥିବା ବେଳେ ମାଲିକମାନଙ୍କ ଅଜାଣତାରେ ସେମାନେ ବ୍ୟାଟେରୀ ଚୋରୀ କାର୍ଯ୍ୟରେ ଗାଡିକୁ ବ୍ୟବହାର କରୁଥିଲେ।

- Advertisement -

ଏହି ରାକେଟ୍‌ର ଅନ୍ୟତମ ମୁଖ୍ୟ କୁହାଯାଉଥିବା ଅଭିଯୁକ୍ତ ପ୍ରଶାନ୍ତ କୁମାର ସ୍ୱାଇଁ ଏକ ଦାମୀ ମୋବାଇଲ୍‌ ଟାୱାର କମ୍ପାନୀର ନୟାଗଡ କ୍ଲଷ୍ଟର ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରୁଥିବା ଜଣାଯାଇଛି। ତାର ସୂଚନା ଓ ନିର୍ଦ୍ଦେଶକୁ ଆଧାର କରି ଏହି ରାକେଟ୍‌ ପିପିଲି, ବଳଙ୍ଗା, ନିମାପଡା, ଡେଲାଙ୍ଗ, କଣାସ, ନୂଆହାଟ, ପୁରୀ ମେରାଇନ୍‌ ଡ୍ରାଇଭ୍‌ ଅଞ୍ଚଳ,ଜଟଣୀ ଓ ଖୋର୍ଦ୍ଦା ଆଦି ଅଞ୍ଚଳରେ ବେଶ୍‌ ସକ୍ରୀୟ ଥିଲା। ରାତିରେ ଖୁବ୍‌ ଚତୂରତାର ସହ ଓ ଅତି ସହଜରେ ବିଭିନ୍ନ ଟାୱାର ଓ ଏଟିଏମ୍‌ କାଉଣ୍ଟରରୁ ବ୍ୟାଟେରୀ ଚୋରି କରିବା ପରେ ସେଗୁଡିକୁ ନିମାପଡାର କବାଡିଆ ବିଜୟ କୁମାର ନାଥ ଶର୍ମାଙ୍କୁ ଦିଅନ୍ତି। ପରେ ବିଜୟ ସେଗୁଡିକୁ ପିପିଲି ଥାନା ମଙ୍ଗଳପୁର ବଧି ଗ୍ରାମର କବାଡିଆ ଉପେନ୍ଦ୍ର ନାଥଙ୍କୁ ଦେଇଥାଏ। ଉପେନ୍ଦ୍ରଙ୍କ ଠାରୁ ବାଲିପାଟଣା ବନମାଳିପୁରର କବାଡିଆ ସନ୍ତୋଷ ନେବା ପରେ ସେ ସେଗୁଡିକୁ କଟକ ମାଲଗୋଦାମ ଥାନା ଜୋବ୍ରା ଅଞ୍ଚଳର କବାଡିଆ ମହମ୍ମଦ ଅନ୍‌ୱର ଓରଫ ବାବୁକୁ ଦେଇଥାଏ। ଅନୱର ସେଗୁଡିକୁ ପରେ କୋଲକାତାକୁ ଚାଲାଣ କରିଥାଏ। ପିପିଲି ଟିଚର୍ସ କଲୋନୀର କବାଡିଆ ନୀଳମଣି ମଧ୍ୟ ଏହି ରାକେଟ୍‌ ମାଧ୍ୟମରେ ଚୋରା ବ୍ୟାଟେରୀ କିଣୁଥିବା ବେଳେ ତାର ଭାଇ ସୁମନ୍ତ ପରେ ସେଗୁଡିକୁ ବାହାରକୁ ଚାଲାଣ କରୁଥିଲା।

ଏହି ରାକେଟ୍‌ର ଅନ୍ୟତମ ମୁଖ୍ୟ ମହମ୍ମଦ ଅନ୍‌ୱର ଓ ପିପିଲି ଟିଚର୍ସ କଲୋନୀର ସୁମନ୍ତ କାଷ୍ଟାଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି। ତେବେ ଏହି ରାକେଟ୍‌ର ଚେର ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଲମ୍ବିଥିବା ବେଳେ ପିପିଲି ପୁଲିସ କୋଲକାତା ଯାଇ ତଦନ୍ତ କରିବ ଓ ରାକେଟ୍‌ ସଂପର୍କରେ ଅଧିକ ସୂଚନା ପାଇଁ ଅଭିଯୁକ୍ତ ନୃସିଂହ ଓ ପ୍ରଶାନ୍ତ ସ୍ୱାଇଁକୁ ପୁଲିସ ରିମାଇଣ୍ଡରରେ ଆଣିବ ବୋଲି ଏସ୍‌ଡିପିଓ ଦିଲିପ ତ୍ରିପାଠୀ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାମରେ ବର୍ତ୍ତମାନ ସୁଦ୍ଧା ପିପିଲି ଥାନାରେ ୪ଟି ଓ ବଳଙ୍ଗା, କଣାସ ଓ ଡେଲାଙ୍ଗ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଥିବା ସଂପର୍କରେ ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି। ଜବତ ହୋଇଥିବା ଚୋରି ବ୍ୟାଟେରୀ ଓ ଅନ୍ୟାନ୍ୟ ସାମଗ୍ରୀର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପୁଲିସ ସୂଚନା ଦେଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories